Site icon ଆଜିକାଲି

ଶିଶୁ ମଙ୍ଗଳ କମିଟିର ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ମେଳା

କେନ୍ଦୁଝର, ଜିଲ୍ଲା ଶିଶୁ ମଙ୍ଗଳ କମିଟି କେନ୍ଦୁଝର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଂଯୋଜନାରେ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପରାମର୍ଶ ଅନୁଯାୟୀ ଜିଲ୍ଲାର ସମସ୍ତ ବ୍ଲକ ରେ କୋର୍ଟ କ୍ୟାମ୍ପ୍ କରି, ପିତା ମାତା ବିହୀନ ବା ଜଣେ କେବଳ ମା କିମ୍ବା ବାପା ଥିବା ଶିଶୁ , ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଙ୍କୁ ଉପସ୍ଥାପିତ କରିବା ଓ ସେମାନଙ୍କୁ ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷା ନିମନ୍ତେ କିଶୋର ନ୍ୟାୟ ଆଇନ୍ ୨୦୧୫ ଓ ମିଶନ ବାତ୍ସଲ୍ୟ ଅନୁଯାୟୀ ବ୍ୟବସ୍ଥା କରାଯିବ। କରୋନା ମହାମାରୀରେ ଯେଉଁ ଶିଶୁମାନେ ବାପା ମା କିମ୍ବା ବାପା ମା କୌଣସି ଜଣଙ୍କୁ ହରେଇଛନ୍ତି, ସେଇ ଶିଶୁଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଆଶୀର୍ବାଦ ଯୋଜନା ରେ ଆର୍ଥିକ ସହାୟତା ପାଉଥିବା ଶିଶୁ ମାନଙ୍କର ବିକାଶ ର ଅଗ୍ରଗତି ଯାଞ୍ଚ ଓ ଆଗାମୀ ଯୋଜନା କଣ ହେବା ବା ସେମାନେ ଆତ୍ମ ନିର୍ଭଶୀଳ ପାଇଁ ଦକ୍ଷତା ବିକାଶ ତାଲିମ୍, ବିଜୁ ଶିଶୁ ସୁରକ୍ଷା ଯୋଜନା, ଗ୍ରୀନ ପାସଜେ ଇତ୍ୟାଦି ବିଷୟରେ ଆଲୋଚନା ଓ ଅନୁଧ୍ୟାନ ନିମନ୍ତେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କେନ୍ଦୁଝରଙ୍କ ସଂଯୋଜନାରେ ଶିଶୁ ମଙ୍ଗଳ କମିଟି ଆଜି ହରିଚନ୍ଦନପୁରରେ ୪୪ ଜଣ ଶିଶୁ ଆଶୀର୍ବାଦ ଯୋଜନାରେ ଏବଂ ୬୭ ଜଣ ଯତ୍ନ ଓ ସୁରକ୍ଷା ଆବଶ୍ୟକ ଶିଶୁ ଉପସ୍ଥାପିତ ହୋଇଛନ୍ତି। ସେହିପରି ଘଟଗାଁ ବ୍ଲକରେ ଆଶୀର୍ବାଦ ଯୋଜନା ରେ ୪୫ ଓ ଯତ୍ନ ସୁରକ୍ଷା ଆବଶ୍ୟକ ଶିଶୁ ୫୨ ଜଣ ଉପସ୍ଥାପିତ ହୋଇଛନ୍ତି। ହରିଚନ୍ଦନପୁର ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଦୁଭୂଷଣ ଜେନା କାର୍ଯକ୍ରମ ଉଦଘାଟନ କରିଥିଲେ। କୃଷ୍ଣଚନ୍ଦ୍ର ବାରିକ୍, ସୋନାଲି ଦାସ ଶିଶୁ ମଙ୍ଗଳ କମିଟି ସଦସ୍ୟଙ୍କ ପାଖରେ ଉପସ୍ଥାପିତ ହୋଇଥିଲେ। ଘଟଗାଁରେ ରାଜଶ୍ରୀ ଉପାଧ୍ୟାୟ, ସଦସ୍ୟ ଶିଶୁ ମଙ୍ଗଳ କମିଟି ପାଖରେ ଶିଶୁମାନେ ଉପସ୍ଥାପିତ ହୋଇଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସୌମ୍ୟରଞ୍ଜନ ଦାଶ ଓ ଝରଣା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାମାଜିକ କର୍ମୀ ଶିବନାଥ ପ୍ରଧାନ କାର୍ଯ୍ୟକ୍ରମ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡିପିଓ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଛି।

FacebookTwitterLinkedinWhatsapp
Exit mobile version