Site icon ଆଜିକାଲି

ବୋରୱେଲରୁ ଶିଶୁ ଉଦ୍ଧାର ଘଟଣା: ୬ ଦିନ ପରେ ଆଇସିୟୁରୁ ବାହାରିଲା କୁନି ଝିଅ

ସମ୍ବଲପୁର : ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟା। ଦୀର୍ଘ ୬ ଦିନ ଧରି ଏହି ଶିଶୁ କନ୍ୟାଙ୍କୁ ଆଇସିୟୁରେ ଭର୍ତ୍ତି କରି ରଖାଯାଇଥିଲା । ଏବେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ଦୁଇ ଦିନ ତଳେ କ୍ଷୀର ଦିଆଯାଇଥିବା ବେଳେ ପେଟ ଫୁଲିବା ସହ ପବନ ଭର୍ତ୍ତି ହୋଇଥିବା କହିଛନ୍ତି ଡାକ୍ତର । ପ୍ରିମ୍ୟାଚୋର ବେବି ହୋଇଥିବାରୁ ସ୍ୱାସ୍ଥ୍ୟବସ୍ଥାରେ ଏଭଳି ପରିବର୍ତ୍ତନ ହେବା ସ୍ୱାଭାବିକ ବୋଲି ମଧ୍ୟ କହିଛନ୍ତି ଡାକ୍ତର । ଶିଶୁକନ୍ୟା ୮ମାସର ହୋଇଥିବା ଜଣାପଡ଼ିଛି ।

ଖବର ଅନୁଯାୟୀ, ଗତ ୧୨ ତାରିଖ ଦିନ ସମ୍ବଲପୁର ରେଙ୍ଗାଲିର ଏକ ବୋରଓ୍ୱେଲ୍‌ରେ ଏକ ଶିଶୁ କନ୍ୟାଟି ପଡିଯାଇଥିଲା । ଏହା ପରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଏହି ରେସ୍କ୍ୟୁ ଅପରେସନ ଜାରି ରହିଥିଲା। ଜେସିବି ଜରିଆରେ ବୋରୱେଲ କଡ଼ରୁ ମାଟି ତାଡିବା ପରେ ଲୁହା ପାଇପ ନିକଟରେ ପହଞ୍ଚିଥିଲେ ରେସ୍କ୍ୟୁ ଓ ଡାକ୍ତରୀ ଟିମ ସଦସ୍ୟ। ଏହା ପରେ କଟର ମେସିନ ଯୋଗେ ଉକ୍ତ ଲୁହା ପାଇପକୁ କଟାଯାଇଥିଲା। ତେବେ ଉଦ୍ଧାର ପରେ ଶିଶୁକୁ ବୁର୍ଲା ଭୀମ୍‌ସାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଏସ୍‌ଏନ୍‌ସିୟୁ ବିଭାଗରେ ଚିକିତ୍ସା ଜାରି ରହିଥିଲା । ଭୀମସାର ସୁପରିଟେଣ୍ଡଣ୍ଟ ଡାକ୍ତର ଲାଲମୋହନ ନାୟକଙ୍କ ନେତୃତ୍ବରେ ୧୦ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ ।

Exit mobile version