Site icon ଆଜିକାଲି

କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା, ସସ୍‌ପେଣ୍ଡ ହେଲେ ଆଟେଣ୍ଡାଣ୍ଟ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି । ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ କହିଲେ ।

ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ କରୁଥିଲେ ୩ ଜଣିଆ ଟିମ୍। ପ୍ରାଣକୃଷ୍ଣ ବିଶ୍ବାଳଙ୍କ ଝିଅ ହୋଇଥିବା ସୂଚନା ଦେଇଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ହେଲେ ଅଭିଯୋଗକାରୀ ଏହାକୁ ଗ୍ରହଣ କରିନଥିବାରୁ ମାମଲା ପୋଲିସକୁ ଦିଆଯାଇଛି। କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

ଅନ୍ୟପଟେ ଅଭିଯୋଗକାରୀ ଡିଏନଏ ଟେଷ୍ଟ ପାଇଁ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ। କିନ୍ତୁ ପରେ ତାଙ୍କୁ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିଲା। ଏମିତିକି ଡିଏନଏ ଟେଷ୍ଟ ରିପୋର୍ଟ ନଆସିବା ଯାଏଁ, ସେ ମେଡିକାଲ ଛାଡ଼ି ଯିବେ ନାହିଁ କି ଶିଶୁକନ୍ୟାକୁ ନେବେନି ବୋଲି ସଫା ସଫା ଶୁଣାଇଛନ୍ତି ପ୍ରାଣକୃଷ୍ଣ ।

Exit mobile version