Site icon ଆଜିକାଲି

ଏନ୍.ଏସ୍.ପୋଲିସ ହାଇସ୍କୁଲରେ ଶିଶୁ ଦିବସ ପାଳିତ


କେନ୍ଦୁଝର, ସ୍ଥାନୀୟ ଏନ୍.ଏସ୍.ପୋଲିସ ହାଇସ୍କୁଲରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଇସୁଆଁ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିଶିର କୁମାର ରାୟ ଯୋଗ ଦେଇ ସ୍ଵାଧୀନ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।ଶିକ୍ଷୟିତ୍ରୀ ମଧୁସ୍ମିତା ଚକ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ କମଳ ଲୋଚନ ପ୍ରଧାନ,ବିବେକାନନ୍ଦ ରାଉତ,ଶିକ୍ଷୟିତ୍ରୀ ସାଗରିକା ସାହୁ ଶିଶୁ ଦିବସ ଅବସରରେ ଛାତ୍ର ଛାତ୍ରୀଙ୍କୁ ଭଲ ମଣିଷ ହୋଇ ଦେଶ ସେବାରେ ବ୍ରତୀ ହେବା ପାଇଁ ଆହ୍ବାନ ଦେଇଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ ଏବଂ ବକ୍ତୃତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଶିକ୍ଷକ ବିଜୟ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Exit mobile version