Site icon ଆଜିକାଲି

କଡ଼ା ସୁରକ୍ଷା ମଧ୍ୟରେ ଆଜିଠାରୁ କାଶ୍ମୀରରେ ଜି-୨୦ ବୈଠକ, ଚୀନ୍ ଓହରିଲା

ଶ୍ରୀନଗର: କଡ଼ା ସୁରକ୍ଷା ମଧ୍ୟରେ ଆଜିଠାରୁ କାଶ୍ମୀରରେ ଜି-୨୦ ଟୁରିଜିମ୍ ଗ୍ରୁପର ବୈଠକ ଆରମ୍ଭ ହେଉଛି। ୨୦୧୯ରେ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ ହେବା ପରେ ଭାରତ ପ୍ରଥମ ଥର ଏଠାରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରୁଛି । ଆତଙ୍କବାଦୀ ଷଡ଼ଯନ୍ତ୍ର ନେଇ ଆଲର୍ଟ ପରେ ଜି-୨୦ ବୈଠକ ପାଇଁ କଠୋର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଜି-୨୦ ବୈଠକର ଚିଫ୍ କୋର୍ଡିନେଟର ହର୍ଷବର୍ଦ୍ଧନ ସିଂହଙ୍କ ସୂଚନା ଅନୁଯାୟୀ ଭାରତ ଜି-୨୦ ସମୂହ ରାଷ୍ଟ୍ରର ଅଧ୍ୟକ୍ଷତା ଗ୍ରହଣ କରିବା ପରଠାରୁ ଦେଶରେ ଏଯାବତ୍ ୧୧୮ ବୈଠକ ହୋଇଛି । ତେବେ କାଶ୍ମୀର ବୈଠକରେ ସବୁଠୁ ଅଧିକ ସଂଖ୍ୟକ ପ୍ରତିନିଧି ଯୋଗ ଦେଉଛନ୍ତି ।

ଏହି ବୈଠକରେ ଜି-୨୦ ସଦସ୍ୟ ଦେଶର ପ୍ରାୟ ୬୦ ପ୍ରତିନିଧୀ ଅଂଶଗ୍ରହଣ କରୁଛନ୍ତି। ଅଧିକାରୀ କହିଛନ୍ତି ଯେ ଶ୍ରୀନଗର କାର୍ଯ୍ୟକ୍ରମ ପାଇଁ ଅଧିକାଂଶ ପ୍ରତିନିଧୀ ସିଙ୍ଗାପୁରରୁ ଆସୁଛନ୍ତି। ଏହି ବୈଠକରେ ସ୍ୱତନ୍ତ୍ର ନିମନ୍ତ୍ରିତ ଦେଶର ପ୍ରତିନିଧୀମାନେ ମଧ୍ୟ ଯୋଗଦେବେ । ଗ୍ରୁପ୍ ବୈଠକରେ ସମଗ୍ର ଅଞ୍ଚଳର ସ୍ଥାୟୀ ବିକାଶ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯିବ |

କାଶ୍ମୀରରେ ଜି-୨୦ ବୈଠକ ଆୟୋଜନକୁ ଚୀନ୍ ବିରୋଧ କରି ଏଥିରୁ ଓହରି ଯାଇଛି । ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବେନବିନ କହିଛନ୍ତି କୌଣସି ବିବାଦୀୟ ଅଞ୍ଚଳରେ ଏପରି ବୈଠକକୁ ଆମେ ସମର୍ଥନ କରୁନାହୁଁ ‌‌। ତେଣୁ ଆମେ ଏହି ବୈଠକରେ ଯୋଗ ଦେବୁନାହୁଁ ।

ଚୀନର ଆପତ୍ତି ଉପରେ ଭାରତ କଡ଼ା ଜବାବ ଦେଇଛି । ଆମେ ନିଜ ସୀମା ଭିତରେ ଯେକୌଣସି ସ୍ଥାନରେ ବୈଠକ ଆୟୋଜନ କରିବା ଅଧିକାର ରହିଛି।

Exit mobile version