Site icon ଆଜିକାଲି

ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷାଫଳ ; ପ୍ରଥମ ୩ଟି ସ୍ଥାନରେ ଝିଅ


ଭୁବନେଶ୍ୱର : ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ମୋଟ ୩୯୨ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୪୮ ଜଣ ଛାତ୍ରୀ ରହିଛନ୍ତି । ଖାସ୍ କଥାଟି ହେଲା, ପ୍ରଥମ ୩ଟି ସ୍ଥାନରେ ଝିଅ ରହିଛନ୍ତି । ଏହି କ୍ରମରେ ତେଜସ୍ୱିନୀ ବେହେରା ଟପ୍ପର ହୋଇଥିବାବେଳେ ଶୁଭଙ୍କରୀ ସୁଦେଷ୍ଣା ଓ ଅନନ୍ୟା ସୃଷ୍ଟି କ୍ରମଶଃ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଦେବବ୍ରତ କର ୪ର୍ଥ, ଦେବବ୍ରତ ମହାରଣା ୫ମ, ଅଭିସ୍ମିତା ତିୱାରୀ ୬ଷ୍ଠ, ଶୁଭଶ୍ରୀ ରଥ ୭ମ, ଶ୍ରୀତପା ମିଶ୍ର ୮ମ, ବିବେକାନନ୍ଦ ଷଡ଼ଙ୍ଗୀ ୯ମ ଓ ତପତି ରାଜ ୧୦ମ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି ।

Exit mobile version