Site icon ଆଜିକାଲି

ପିତାତଳି ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଆହତ ଓ ଜଣେ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ। ପଥର ମାଡ଼ ସହ ବୋମାମାଡ଼ । ସଂଘବଦ୍ଧ ଆକ୍ରମଣରେ ୩ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର । ଗୁରୁତର ଥିବା ବ୍ୟକ୍ତି ହେଲେ କେ. ଲୋକନାଥ। ସେହିପରି ସମସ୍ତ ଆହତଙ୍କୁ ଚିକିଟି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତ ଲୋକନାଥଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ଗୋଳନ୍ଥରା ଥାନା ଅଧିକାରୀ, ସଦର ଏସଡିପିଓ ଓ ବ୍ରହ୍ମପୁର ଅତିରିକ୍ତ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉଭୟ ପକ୍ଷଙ୍କ ଏତଲା ଅଧାରରେ ତଦନ୍ତ ଚାଲୁଥିବା ବେଳେ ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ପ୍ରତିଶୋଧ ପରାୟଣ ହୋଇ ଏଭଳି ଘଟିଥିବା ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି।

Exit mobile version