Site icon ଆଜିକାଲି

ଗଣେଶ ପୂଜା ମଣ୍ଡପକୁ ନେଇ ଗୋଷ୍ଠୀ ସଂଘର୍ଷ, ଜାରି ହେଲା ୧୪୪ ଧାରା

ଭୁବନେଶ୍ୱର : ଭଦ୍ରକ ଜିଲା ଧାମନଗର ବ୍ଲକ ବେଦପୁର ଛକ ନିକଟରେ ଥିବା ବାଜପେୟୀ କ୍ଲବରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜା ମଣ୍ଡପରେ ଲାଗିଲା ୧୪୪ ଧାରା । ଆସନ୍ତା ସେପ୍ଟେମ୍ୱର ୨ ପର୍ଯ୍ୟନ୍ତ ୧୪୪ ଧାରା ଜାରି କଲେ ଭଦ୍ରକ ଉପଜିଲାପାଳ । ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଉତ୍ତେଜନା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।

ଏଠାରେ କହିରଖୁଛୁ ଯେ, ଧାମନଗର ବେଦପୁର ଛକରେ ଗତକାଲି ବାଜପେୟୀ କ୍ଲବରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା । ଗତକାଲି ସନ୍ଧ୍ୟା ସମୟରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ତଥା ଦୁଇ ଗୋଷ୍ଠୀ ପକ୍ଷରୁ ହାତାହାତି ହେବା ସହ କିଛି ଧାମନଗର ତହସିଲଦାରଙ୍କ ସମ୍ମୁଖରେ କ୍ଲବ ନିକଟରେ ମାରଣାସ୍ତ୍ର ଧରି ଅସାମାଜିକ ଯୁବକମାନେ ଉନ୍ମତକାଣ୍ଡ ଘଟାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ମୃତୟନ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।

ସେହିପରି କୋଣାର୍କରେ ଗଣେଶ ପୂଜା ଉପରେ ଲାଗିଲା କର୍ଫ୍ୟୁ । ପୂଜା ବନ୍ଦ କଲା ପ୍ରଶାସନ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ଗ୍ରାମରେ ଦେଖାଦେଇଛି ଗୋଷ୍ଠୀ ବିବାଦ । ପୂଜାକୁ ନେଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛି । ଗୋଟେ ଗୋଷ୍ଠୀ ଗ୍ରାମୀଣ ପାର୍କକୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଗଣେଶ ପୂଜାକୁ ବିରୋଧ କରିଛି । ଯାହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା । ପ୍ରଶାସନ ନିକଟରେ ଅଭିଯୋଗ ପରେ ଗତକାଲି ରାତିରେ ଅସ୍ତରଙ୍ଗ ତହସିଲଦାର ଓ ପୋଲିସ ପହଁଚି ପୂଜା ମଣ୍ତପରେ ୧୪୪ ଧାରା ଲାଗୁ କରିଛନ୍ତି ।

Exit mobile version