Site icon ଆଜିକାଲି

ଖୁଦୁରୁକୁଣି ଓଷାକୁ କେନ୍ଦ୍ର କରି ସଂଘର୍ଷ ଓ ବୋମାମାଡ, ୩ ଆହତ

କଟକ : ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି କଟକ ତିଗିରିଆ ଥାନା ବିଷ୍ଣୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ବୋମା ମାଡ ହୋଇଛି ।ବୋମା ମାଡ଼ରେ ୩ ଜଣ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକମାନଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତମାନେ ହେଲେ ଶ୍ରୀନିବାସ ସାମଲ, ନିଲିଆ ରାଉତ ଓ ସାଗର ଗୋଛି । ଶାନ୍ତି ବଜାୟ ରଖିବା ପାଇଁ ବିଷ୍ଣୁପୁର ଗାଁରେ ପୋଲିସ ମୁତୟନ ହୋଇଛନ୍ତି । ଘଟଣାସ୍ଥଳରେ ତଦନ୍ତ କରୁଛି ତିଗିରିଆ ପୋଲିସ ।

Exit mobile version