Site icon ଆଜିକାଲି

ସରକାରୀ ଯୋଜନାର ତଦାରଖ ପାଇଁ ଆରମ୍ଭ ହେବ ସିଏମ ଡାସବୋର୍ଡ , ନବୀନ କରିବେ ଶୁଭାରମ୍ଭ

ଭୁବନେଶ୍ୱର : ୫-ଟି ଉପକ୍ରମ ଅଧିନରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଆହୁରି ପ୍ରଭାବୀ ଢଙ୍ଗରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିବେ ‘ସିଏମ ଡାସବୋର୍ଡ’ । ଏହି ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟକ୍ରମ ଓ ସରକାରୀ ଯୋଜନାର ଉନ୍ନତ ତଦାରଖ ହୋଇପାରିବ । ସିଏମ ଡାସବୋର୍ଡ ଦ୍ଵାରା ତଥ୍ୟ ଭିତ୍ତିକ ଶାସନ ଓ ସ୍ୱଚ୍ଛତା ନିଶ୍ଚିତ ହୋଇପାରିବ। ସିଏମ ଡାସବୋର୍ଡ ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

Exit mobile version