ସମ୍ବଲପୁର : ସମ୍ବଲପୁରରେ ସିଏମ୍ କିଷାନ ଯୋଜନା ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଉତ୍ସବ ଆରମ୍ଭ ହୋଇଯାଇଛି । ନୂଆଖାଇ ଅବସରରେ ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଉତ୍ସବର ଆୟୋଜନ ହୋଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଭାସୀ ଜରିଆରେ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିପରିଷଦ ସଦସ୍ୟ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଆଜି ପ୍ରଥମ କିସ୍ତିରେ ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ଖାତାକୁ ୯୨୫ କୋଟି ଟଙ୍କା ପଠାଯିବ ।