Site icon ଆଜିକାଲି

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା 

କେନ୍ଦୁଝର : ଆଜିଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ୩ ଦିନରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ସକାଳ ୧୦ ଟା ୨୦ମିନିଟ୍‌ରେ ରିଜର୍ଭ ପଡ଼ିଆ ହେଲିପ୍ୟାଡ଼ରେ ଅବତରଣ କରିବା ପରେ ବାଇକ ରାଲିରେ ଅଡିଟୋରିୟମ ହଲରେ ପହଞ୍ଚିବେ। ସେଠାରେ ଲାଇଫ୍ ସେଭର୍ସ ଗ୍ରୁପ୍ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ। ସନ୍ଧ୍ୟାରେ ନିଜ ଗାଁ ରାଇକଳା ସ୍ଥିତ ଘରକୁ ଯିବେ। ପରେ ସ୍ଥାନୀୟ ହୋଟେଲରେ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଶନିବାର ମୁଖ୍ୟମନ୍ତ୍ରୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ ରଜତ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ରବିବାର ଡିଡି ୟୁନିଭରସିଟିି ପଡ଼ିଆରେ ମୋହନ ସରକାରଙ୍କ ୧୦୦ ଦିନ ପୂରଣ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶୁକ୍ରବାର ହେଲିକପ୍ଟର ଯୋଗେ  ରାଇସୁଆଁ ଏୟାରଷ୍ଟ୍ରିପ୍‌ରେ ୧୦ଟା୨୦ ମିନିଟ୍‌ରେ  ଅବତରଣ କରିବେ । ସେଠାରୁ ସଡ଼କ  ପଥରେ ଏକ ବାଇକ୍‌ ଶୋଭାଯାତ୍ରାରେ  କେନ୍ଦୁଝର ଅଡିଟୋରିୟମ୍‌ରେ ଲାଇଫ୍‌  ସେଭର୍ସ ଗ୍ରୁପର ତୃତୀୟ ବାର୍ଷିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ  ଅଡିଟୋରିୟମ୍‌ରେ ମୁଖ୍ୟଅତିଥି ଭାବେ ରହିବା  ପରେ ସେଠାରୁ ସଡ଼କ ପଥରେ ଦିନ ୧ଟାରେ  ସର୍କିଟ୍‌ ହାଉସ ଅଭିମୁଖେ ଯାତ୍ରା କରିବେ । ପୁଣି  ଅପରାହ୍ନ ୨ଟା ୨୦ ମିନିଟ୍‌ରେ ହେଲିକେପ୍ଟର  ଯୋଗେ କରଞ୍ଜିଆପଡା ଗ୍ରାମକୁ ଯାତ୍ରା କରିବେ । 

ମା’ ତାରିଣୀ କ୍ଲବ୍‌ ପକ୍ଷରୁ ଆୟୋଜିତ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ।  ଅପରାହ୍ନ ୪ଟା ୪୦ ମିନିଟ୍‌ରେ ସଡ଼କ ପଥରେ  ରାଇକଳା ନିଜ ଗ୍ରାମକୁ ଯାତ୍ରା କରିବେ । ସନ୍ଧ୍ୟା ୭ଟା  ୧୫ ମିନିଟ୍‌ରେ ସଡ଼କପଥରେ କେନ୍ଦୁଝର ସହରର କାଶ୍‌ଭି ଇଣ୍ଟରନ୍ୟାସ୍‌ନାଲ ହଟେଲରେ ବିଧାୟକ ଓ  ସାଂସଦଙ୍କ ସହିତ ଏକ ବୈଠକରେ ଯୋଗଦେବେ ।  ପରେ ରାତି ୧୦ଟା ୧୦ଳ ମିନିଟ୍‌ରେ ପୁଣି ସର୍କିଟ୍‌  ହାଉସ ଯାତ୍ରା କରି ସେଠାରେ ରାତ୍ରୀଯାପନ କରିବେ ।  

ଶନିବାର ୭ଟା ୩୦ ମିନିଟ୍‌ରେ କେନ୍ଦୁଝର  ଷ୍ଟାଡିୟମରେ ପ୍ରାତଃଭ୍ରମଣ କରିବା ପରେ ଚାଏ’  ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହେବେ । ପୂର୍ବାହ୍ନ ୧୦ଟା ୧୦ ମିନିଟ୍‌ରେ କେନ୍ଦୁଝର ଡିଡି  କଲେଜ ଖେଳ ପଡ଼ିଆରେ ଆୟୋଜିତ ମେଗା  ଚକ୍ଷୁ ଶିବିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ସେଠାରେ ଏସ୍‌ସିବି ମେଡ଼ିକାଲ କଲେଜର  ଡାକ୍ତରୀ ଦଳଙ୍କ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିର  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଦିନ ୧୧ଟା ସମୟରେ ଅଡିଟୋରିୟମ୍‌ରେ  ଏକ ଖବରକାଗଜ ପକ୍ଷରୁ  ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେବେ । ଦିନ ୧ଟା ସମୟରେ ଝାଡଖଣ୍ଡ  ଅଭିମୁଖେ ଯାତ୍ରା କରିବେ । 

ଝାଡ଼ଖଣ୍ଡରୁ ଫେରିବା  ପରେ ସନ୍ଧ୍ୟା ସାଢ଼େ ୫ଟାରେ କେନ୍ଦୁଝର ଟାଉନ ହଲ୍‌ ଠାରେ  ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ରଜତ  ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ସନ୍ଧ୍ୟା ୬ଟା ୩୫ ମିନିଟ୍‌ରେ ମଣ୍ଡୁଆସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଏକ ଅଭିଯୋଗ ପ୍ରକୋଷ୍ଠ ଘୋଷଣା କରାଯିବା ସହିତ ଉକ୍ତ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀ ଅଭିଯୋଗପତ୍ର ଦାଖଲ ପାଇଁ ବ୍ୟବସ୍ଥା  କରାଯାଇଛି । ୭.୧୫ରେ ନରଣପୁରସ୍ଥିତ ଦଳୀୟ  କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ  ସାମିଲ ହେବେ । ରାତି ୮ଟା ୫୦ ମିନିଟ୍‌ରେ  ସର୍କିଟ୍‌ ହାଉସରେ ପହଞ୍ଚି ରାତ୍ରୀଯାପନ କରିବେ । ରବିବାର ୧୦.୧୦ରେ ରାସପୂଜା ମଣ୍ଡପ ଡେଲି  ମାର୍କେଟରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କରିବେ ।  ସେଠାରୁ ଡିଡି କଲେଜ ଖେଳ ପଡ଼ିଆରେ  ରାଜ୍ୟ ସରକାରଙ୍କ ୧୦୦ ଦିନର ସଫଳତା  ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦେଇ ୧୨ଟା ୫୦  ମିନିଟ୍‌ରେ ବାରିପଦା ଅଭିମୁଖେ ଯାତ୍ରା କରିବେ।

Exit mobile version