Site icon ଆଜିକାଲି

ତୃତୀୟ ଡିଜିଟେକ ସମ୍ମିଳନୀରେ ଓଡିଶା ପୁରସ୍କୃତ

ଭୁବନେଶ୍ବର : ଦିଲ୍ଲୀରେ ତୃତୀୟ ଡିଜିଟେକ କନକ୍ଲେଭରେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଓ ଆଇଟି କ୍ଷେତ୍ରରେ ସଫଳତା ପାଇଁ ଓଡ଼ିଶା ସରକାରଙ୍କୁ ସମ୍ମାନିତ କରାଯାଇଛି। ସମାରୋହରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରଙ୍କୁ ପୁରସ୍କାର ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ଜନକଲ୍ୟାଣ ଯୋଜନା ସହ ୫ଟିର କାର୍ଯ୍ୟକାରିତା ଯୋଗୁଁ ସରକାରୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରିଛି ବୋଲି ମନ୍ତ୍ରୀ କହିଛନ୍ତି।

ଖାଦ୍ୟ ଉତ୍ପାଦନ ଏବଂ ବଣ୍ଟନରେ ଓଡ଼ିଶା ବହୁତ ଆଗକୁ ଯାଇଛି । ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପାଇଛି । ଇଟାଲିରେ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ଵ ଖାଦ୍ୟ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ୫ଟି ପ୍ରଚଳନ ଯୋଗୁଁ ଖାଦ୍ୟ ସୁରକ୍ଷା ଆହୁରି ଦୃଢ଼ୀଭୂତ ହୋଇଛି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନରେ ଓଡ଼ିଶାକୁ ୧ ନମ୍ବର ରାଜ୍ୟର ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଗତ ମାସରେ କେନ୍ଦ୍ର ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ପିୟୁଷ ଗୋଏଲ ଏହି ଘୋଷଣା କରିଛନ୍ତି ।

Exit mobile version