Site icon ଆଜିକାଲି

ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ୫ ମୃତ

କାମାକ୍ଷାନଗର : ଆଜି ଭୋର୍‌ରେ କାମାକ୍ଷା ନଗର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି । କାମାକ୍ଷାନଗରର ପଥରଖମ୍ବ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ବୋଲି ଜଣାପଡିଛି ।

ମୃତକ ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ, ଆଦିକନ୍ଦ ସାମଲ, ଅଙ୍କୁର ସାମଲ ଓ ତାଙ୍କ ୧୩ ବର୍ଷର ପୁଅ ଦିବ୍ୟରଞ୍ଜନ ସାମଲ ଟୋଲ ବା ମହୁଲ ଫଳ ପେଡ଼ିବା ପାଇଁ ଆଜି ଏ ଅଟୋ ଯୋଗେ ୫୩ ନମ୍ବର ଜାତୀୟ ରାଜପଥରେ ମୁକ୍ତାପଶି ଅଭିମୁଖେ ଯାଉଥିବା ବେଳେ ପଥରଖମ୍ବ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ଅଟୋଟି ପୂରା ଭାଙ୍ଗିଯାଇଥିବା ବେଳେ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଭଙ୍ଗାରୁଜା କରିଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Exit mobile version