Site icon ଆଜିକାଲି

କୁଆଁର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡିଶା

ଭୁବନେଶ୍ୱର : ଦୁର୍ଗା ପୂଜାରେ ଭିଜିଲା, କୁଆଁର ପୂର୍ଣ୍ଣିମାରେ ବି ଭିଜିବ ଉପକୂଳ ଓଡିଶା । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ୯ତାରିଖ , କୁଆଁର-ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବର୍ଷାର ପରିମାଣ ବଢିବ । ୯ ଏବଂ ୧୦ ଅକ୍ଟୋବର ରେ କିଛି ଉପକୂଳବର୍ତୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଅନ୍ୟପକ୍ଷରେ ଗତିକାଲିର ଘୁର୍ଣ୍ଣିବଳୟ ଆଜି ସାମାନ୍ୟ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତିକରି ତେଲେଙ୍ଗାନା ଏବଂ ବିଦର୍ଭ ଅଂଚଳରେ ବାୟୁମଣ୍ଡଳର୧.୫ ରୁ ୩.୧ କିମି ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୨୦ ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ,ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ , କନ୍ଧମାଳ, ଗଂଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ।

Exit mobile version