Site icon ଆଜିକାଲି

କେନ୍ଦୁଝର ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ବିଶାଲ ସିଂହ :ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ଦେବେ ଗୁରୁତ୍ୱ

କେନ୍ଦୁଝର, ୨୦୧୬ ବ୍ୟାଚ ଆଇଏଏସ ବିଶାଲ ସିଂହ କେନ୍ଦୁଝର ଜିଲାପାଳ ଭାବେ ମଙ୍ଗଳବାର ଅପରାହ୍ନରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ସିଂହ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ଜିଲାର ଆରାଧ୍ୟ ଦେବୀ ମା ତାରିଣୀ ଏବଂ ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜିଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଧାନ୍ୟ ଦେବେବୋଲି କହିଛନ୍ତି। ଏଥିସହ ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ହାତକୁ ନେଇଥିବା ପ୍ରକଳ୍ପକୁ ତ୍ଵରାନିତ କରି କିଭଳି ଜିଲା ବିକାଶରେ ସାମିଲ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବେବୋଲି କହିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲାରେ କିଭଳି ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରାଯିବ ସେଥିପ୍ରତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରୀ ସିଂହ ଏହା ପୂର୍ବରୁ ମାଲକାନଗିରି ଜିଲାପାଳ ଭାବେ କାର୍ଯ୍ୟରତ ଥିଲେ।

Exit mobile version