Site icon ଆଜିକାଲି

ଚଳିତମାସ ଶେଷରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର : ଏହି ମାସ ଶେଷ ଆଡକୁ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଆସନ୍ତା ୩୦ କିମ୍ବା ୩୧ ତାରିଖରେ ବାହାରି ପାରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ବାହାରିବ । ଜୁନ ୮ ତାରିଖରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ବାହାରିପାରେ । ଏ ନେଇ ୨୮ ତାରିଖ ସନ୍ଧ୍ୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ସୂଚନା ଯେ, ୨୮ ଜୁନରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥର ସ୍ପଟ୍ ଆଡ଼ମିଶନରେ ସ୍ୱଚ୍ଛତା ପାଇଁ ଅନ୍‌ଲାଇନ୍ ଆବେଦନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୯ ଜୁଲାଇ ରୁ ଆରମ୍ଭ ହେବ ପ୍ରଥମ ବର୍ଷର ପାଠପଢା ।

Exit mobile version