Site icon ଆଜିକାଲି

ଘରୋଇ ଏଲପିଜି ପରେ କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ : ଘରୋଇ ଏଲପିଜି ପରେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ମଧ୍ୟ କମିଛି । ଆଜିଠାରୁ ନୂଆ ଦର ଲାଗୁ ହୋଇଛି । ୧୯ କେଜି କମର୍ସିଆଲ ଏଲପିଜି ଦାମ୍ ସିଲିଣ୍ଡର ପିଛା ୧୫୮ ଟଙ୍କା କମିଛି। କିଛି ଦିନ ତଳେ ରନ୍ଧନ ଗ୍ୟାସ୍ ଦାମ୍ ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇଥିଲେ ସରକାର ।

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ (ଓଏମସି)ଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୧,୫୨୨ ଟଙ୍କା ହୋଇଛି । କୋଲକାତାରେ ଏହି ୧୬୩୬ ଟଙ୍କା ହୋଇଥିବାବେଳେ ମୁମ୍ବାଇରେ ୧୪୮୨ ଏବଂ ଚେନ୍ନାଇରେ ୧୬୯୫ ଟଙ୍କାକୁ ଖସିଛି ।

ସୂଚନାଯୋଗ୍ୟ, ମହିଳାମାନଙ୍କୁ ରକ୍ଷା ବନ୍ଧନର ଉପହାର ବୋଲି କହି ସରକାର ନିକଟରେ ଘରୋଇ ଗ୍ୟାସ୍ ଦାମ୍ ୨୦୦ ଟଙ୍କା ହ୍ରାସ କରିଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ପିଛା ୪୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରାଯାଇଥିଲା ।

Exit mobile version