Site icon ଆଜିକାଲି

ସାଇବର ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ନୂଆ ମାଷ୍ଟର ପ୍ଲାନ୍

ଭୁବନେଶ୍ୱର – ସାଇବର ଅପରାଧର ମୁକାବିଲା ପାଇଁ କମିଶନରେଟ ପୋଲିସର ନୂଆ ମାଷ୍ଟର ପ୍ଲାନ। ଏଣିକି ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ସହ ପବ୍ଲିକ ଭଲ୍ୟୁଣ୍ଟିଅର ବି କାମ କରିବେ । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି। ସେ କ‌ହିଛନ୍ତି ଯେ, ବିଭିନ୍ନ ସଫ୍ଟୱେୟର କମ୍ପାନୀର ୨୫ ଜଣ ସାଇବର ଏକ୍ସପର୍ଟ କମିଶନରେଟ ପୋଲିସ ସହ ଯୋଡି ହୋଇଛନ୍ତି ।

ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ଆଗାମୀ ନିର୍ବାଚନ ବେଳେ ସୋସିଆଲ ମିଡ଼ିଆରେ ଭ୍ରମ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବ । ଡାର୍କ ୱେବ ଓ ଡିପ୍‌ ଫେକ୍‌ ଭିଡିଓ ବିରୋଧରେ ଭିନ୍ନ ଭିନ୍ନ ଟିମ୍‌ କାମ କରିବେ ।

ସାଇବର ଅପରାଧ ବିରୋଧରେ ତଦନ୍ତ ପାଇଁ ଗୋଟିଏ ଟିମ୍ ପୋଲିସକୁ ମଧ୍ୟ ଟ୍ରେନିଂ ଦେବ । ଷ୍ଟ୍ରିଟ କ୍ରାଇମ ସହ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଧରିବାକୁ ପୋଲିସ ନୂଆ ପ୍ଲାନ ପ୍ରସ୍ତୁତ କରିଛି ବୋଲି ସେ ସୂଚନା ଦେଇଛନ୍ତି।

Exit mobile version