Site icon ଆଜିକାଲି

କମିସନରେଟ ପୋଲିସ ହାତରେ ନିଶଦିଆ ଲୁଟେରା ଗ୍ୟାଙ୍ଗ, ମାଷ୍ଟର ମାଇଣ୍ଡ ଲେଡି କୁଇନ୍ ଗିରଫ

ଭୁବନେଶ୍ୱର : କମିସନରେଟ ପୋଲିସ ହାତରେ ନିଶଦିଆ ଲୁଟେରା ଗ୍ୟାଙ୍ଗ । ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଲେଡି କୁଇନ୍ ମୁସ୍କାନ ଓରଫ ସରିଫା ଖାତୁନ । ମୁଷ୍କାନ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡର ସାନ ଲଣ୍ଡାକୁ ନେଇ ମୁଷ୍କାନ ଚଳାଇଥିଲା ଗ୍ୟାଙ୍ଗ । ଷ୍ଟେସନ ନିକଟରେ ଓ ବସ ଷ୍ଟାଣ୍ଡରେ ମାତିଥିଲେ ଥିଲେ ଏହି ନିଶା ଦିଆ ଲୁଟେରା ଗ୍ୟାଙ୍ଗ । ଏମାନଙ୍କ ଠାରୁ ବିଭିନ୍ନ ନିଶା ବାଟିକା ଜବତ କରାଯାଇଛି। ଏମାନଙ୍କ ଟାର୍ଗେଟରେ ଥିଲେ ଛୁଟିରେ ଟ୍ରେନରେ ଆସୁଥିବା ଅର୍ମି ଯବାନ । ଯବାନ ମାନେ ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କୁ ନିଜର ସୁନ୍ଦରତାରେ ଆକର୍ଷିତ କରେ ମୁସ୍କାନ।

ପରେ ଚା ପିଇବା କହି ସେଥିରେ ନିଶା ବାଟିକା ଦେଇ ଅଚେତ୍ କରି ଦିଏ । ତା ପରେ ସେମାନଙ୍କୁ ଲୁଟିବା ପରେ ଷ୍ଟେସନ ନିକଟ କୌଣସି ଗଳିରେ ଫୋପାଡି ଦେଇ ଚାଲି ଯାଆନ୍ତି । ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କ ନାମରେ ଏକାଧିକ ଥାନାରେ ୧୦ ରୁ ଅଧିକ ମାମଲା ରହିଛି । ଏମାନଙ୍କୁ ତଡି ପାର କରିବା ପାଇଁ ପ୍ରସ୍ତୁତ ହେଉଛି କମିଶନରେଟ୍ ପୋଲିସ ।

Exit mobile version