Site icon ଆଜିକାଲି

‘ମୋ ବସ୍’ରୁ ଚୋରି କରୁଥିବା ୭ ଲୁଟେରାଙ୍କୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ‘ମୋ ବସ’ରୁ ଚୋରି କରୁଥିବା ୭ ଲୁଟେରା। ବସରେ ଲୋକଙ୍କୁ ଘେରି ଯାଇ ଜାଣିଶୁଣି ଭିଡ଼ ସୃଷ୍ଟି କରି କରୁଥିଲେ ଲୁଟ । ଗିରଫ ଅଭିଯୁକ୍ତମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି । ସେହିପରି ଅଭିଯୁକ୍ତଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ ଟି ଫୋନ ଜବତ କରାଯାଇଛି ।

ଗତ କିଛି ଦିନ ହେବ ମୋ ବସ୍‌ରେ ଲୁଟ୍‌ ଘଟଣା ବଢିଚାଲିଥିଲା । ମୋ ବସରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଯାହାକୁ ଦୃଷ୍ଟିରେ କମିଶନରେଟ୍‌ ପୋଲିସ ତତ୍ପର ହୋଇଉଠିଥିଲା । ଏହିକ୍ରମରେ ମଙ୍ଗଳବାର ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ୍‌ ପୋଲିସ । ଗିରଫ ଅଭିଯୁକ୍ତମାନେ ଖଣ୍ଡଗିରି, ନୟାପଲ୍ଲୀ, ସହିଦ ନଗର, କ୍ୟାପିଟାଲ, ମଞ୍ଚେଶ୍ୱର ସହ କଟକ ଅଞ୍ଚଳରେ ଚାଲୁଥିବା ମୋ ବସ୍‌ରୁ ଲୁଟ୍‌ କରୁଥିଲେ ।

Exit mobile version