Site icon ଆଜିକାଲି

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଗିରଫ କରିବା ପାଇଁ ରାଜ୍ୟ ବାହାରକୁ ଗଲା କମିଶନରେଟ୍ ପୋଲିସ

କଟକ : ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ନାମରେ ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗ ମାମଲା । ରାଜ୍ୟ ବାହାରକୁ ଗଲା କମିଶନରେଟ୍ ପୋଲିସ । ସୌରିନ ଭଟ୍ଟଙ୍କୁ ଗିରଫ କରିବା ପାଇଁ କମିଶନରେଟ୍ ପୋଲିସର ୫ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛ ।

ସୂଚନା ଥାଉକି, ଗତ କିଛି ଦିନ ତଳେ କଟକର ଜଣେ ଯୁବତୀ ମହିଳା ଥାନାକୁ ଆସି କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବିରୋଧରେ ଆଣିଥିଲେ ସଂଗୀନ ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ । ଗତ ୧୩ ତାରିଖରେ ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କ ୧୬୪ରେ ଷ୍ଟେଟମେଣ୍ଟ ରେକର୍ଡ କରାଯାଇଥିଲା ।

ଦରକାର ପଡିଲେ ଗିରଫ ହୋଇପାରନ୍ତି ବୋଲି କହିଥିଲେ ଜୋନ୍-୨ ଏ .ସି .ପି ଅମିତାଭ ମହାପାତ୍ର । କାରଣ ସୌରିନଙ୍କ ନାଁରେ ଲାଗିଥିଲା ସଂଗୀନ ଦଫା । ଆଇପିସିର ୩୭୬ ,୪୯୩, ୩୪୧ ,୫୦୬ ,୪୧୭ ଦଫା ଲାଗିଛି ତେଣୁ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ ବୋଲି କହିଛନ୍ତି । ଏହା ପୂର୍ବରୁ ସୋମବାର ମହିଳା ଥାନାରେ ସୌରିନ ଭଟ୍ଟଙ୍କ ନାମରେ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ ଜଗତପୁର ଅଞ୍ଚଳର ଜଣେ ଯୁବତୀ । ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ପ୍ରତାରଣା ଓ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ ।

ଅନ୍ୟପଟେ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା ପୋଲିସ । ଏହାପରେ ଅଭିଯୋଗ କାରିଣୀ ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ହେଲେ ସୌରିନଙ୍କ ସହ ପୋଲିସ ଯେତେବେଳେ ଯୋଗାଯୋଗ କରିଥିଲା ସେତେବେଳେ ତାଙ୍କ ମୋବାଇଲ ସୁଇଚ ଅଫ ଆସିଥିଲା । ସୌରୀନଙ୍କ ସହ ଯୁବତୀ ଜଣକ ଯେଉଁ ସ୍ଥାନକୁ ଯାଇଛନ୍ତି ତାହାର ତଦନ୍ତ କରାଯାଉଛି । ଏହାସହ ମହିଳା ଥାନାରେ ନିଜେ ଆସି ନିଜ ପକ୍ଷ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଏସିପି।

Exit mobile version