Site icon ଆଜିକାଲି

ରିପୋର୍ଟ ଆସିଲା ପରେ ଚାଷୀଙ୍କୁ ଦିଆଯିବ କ୍ଷତିପୂରଣ : କୃଷିମନ୍ତ୍ରୀ

ଭୁବନେଶ୍ୱର : ରିପୋର୍ଟ ଆସିଲା ପରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ରାଜସ୍ଵ ନିରୀକ୍ଷକଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ଚଳିତ ବର୍ଷ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବିଧାନସଭାରେ କହିଛନ୍ତି।

ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଚାଷୀ ମାନଙ୍କୁ ହୋଇଥିବା କ୍ଷତି ସମ୍ପର୍କରେ ରାଜସ୍ଵ ନିରୀକ୍ଷକ ଓ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମଗା ଯାଇଛି। ରିପୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ମିଳିବା ପରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ରିପୋର୍ଟ ନ ମିଳିବା ଯାଏଁ କ୍ଷତିପୂରଣ ବାବଦରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

Exit mobile version