Site icon ଆଜିକାଲି

ଆଉ ଜଣେ ନେତାଙ୍କ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ, ଦଳ ବିରୋଧୀ କାର୍ଯ୍ୟ ପାଇଁ ନାରାୟଣ ଜେନା ବହିଷ୍କୃତ

ଭୁବନେଶ୍ୱର : ଆଉ ଜଣେ ନେତାଙ୍କ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନାରାୟଣଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ପ୍ରେସ ବିବୃତି ଜରିଆରେ ଏହି ସୂଚନା ଦେଇଛନ୍ତି।

ପିସିସି ଶୃଙ୍ଖଳା କମିଟି ବୈଠକ ଗତକାଲି ବସିଥିଲା। ନାରାୟଣ ଦଳ ବିରୋଧୀ କାର୍ଯ୍ୟ କରିଥିବା ଏହି ବୈଠକରେ ଦର୍ଶଯାଇଥିଲା। ଦଳ ଓ ପିସିସି ସଭାପତିଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମରେ ନାରାୟଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । କିଛି ଦିନ ତଳେ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ବାଳଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଥିଲା।

Exit mobile version