Site icon ଆଜିକାଲି

ଆଜିଠୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ ଯାତ୍ରା

ଭୁବନେଶ୍ୱର : ଆଜିଠୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଭୁବନେଶ୍ୱର ଆଇଜି ପାର୍କରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବ ।ଏଥିରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଯୋଗଦେବେ ।

ପ୍ରଥମ ଦିନରେ ଭାରତ ଯୋଡୋ ଯାତ୍ରାରେ ସାମିଲ ଯାତ୍ରୀମାନେ ୧୨ କିଲୋମିଟର ଚାଲିବେ । ଆଇଜି ପାର୍କରୁ ବାହାରି ଫୁଲନଖରାରେ ଥିବା ଲଖେଶ୍ୱର ମନ୍ଦିରରେ ପହଂଚିବେ । କେନ୍ଦ୍ର ସରକାର ଦରଦାମ୍ ବୃଦ୍ଧି କରି କିପରି ଲୋକଙ୍କୁ ହନ୍ତସନ୍ତ କରୁଛନ୍ତି, ସେନେଇ ଘରକୁ ଘର ଯାଇ ଲୋକଙ୍କୁ ଅବଗତ କରିବ କଂଗ୍ରେସ । ଆସନ୍ତାକାଲି ଓ ୨ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଯାତ୍ରା ବନ୍ଦ ରହିବ । ୩ ତାରିଖରୁ ଲକ୍ଷେଶ୍ୱର ମନ୍ଦିରରୁ ଏହି ଯାତ୍ରା ବାହାରି କଟକ ଗୋପାଳପୁର ଯିବ ବୋଲି ସୂଚନା ମିଳିଛି ।

Exit mobile version