Site icon ଆଜିକାଲି

ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

କେନ୍ଦୁଝର: ସମ୍ବିଧାନ ପ୍ରଣେତା ଡ଼ଃ ଭୀମ ରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ଦିବସ ସ୍ଥାନୀୟ କଂଗ୍ରେସ ଭବନରେ ପାଳିତ ହୋଇଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସମସ୍ତ ଜ଼ିଲ୍ଲା ମହାକୁମା ଓ ବ୍ଲକ ସ୍ତରରେ ଏହି ସମ୍ବିଧାନ ଦିବସ ପାଳନ କରାଯାଇଛି । କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କ ସଭାପତିତ୍ବରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଡ଼ଃ ବି ଆର ଆମ୍ବେଦକରଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପିସିସି ସମ୍ପାଦକ ସଂଗ୍ରାମ ଦାସ ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ଭାରତୀୟ ସମ୍ବିଧାନର ମୁଖବନ୍ଧ ପଠନ କରାଇଥିଲେ । ଏହି ଅବସରରେ “ସଂପ୍ରତି ଆମ ସମ୍ବିଧାନ ସୁରକ୍ଷିତ କି ? ଏକ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଓ ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ ଭାରତୀୟ ସମ୍ବିଧାନ ଉପରେ ଆଲୋକପାତ କରିଥିଲେ । ସାମ୍ବାଦିକ ଦିଲୀପ କୁମାର ସାହୁ ସମ୍ବିଧାନ ବାବଦରେ କିଛି ସୂଚନା ଦେଇଥିଲେ ଏବଂ ଜ଼ିଲ୍ଲା କଂଗ୍ରେସ ସେବାଦଳ ଅଧକ୍ଷ ବୀରଭଦ୍ର ମହାନ୍ତ ଧନ୍ୟବାଦ ଦେଇଥିଲେ । ଏଥିରେ ଜ଼ିଲ୍ଲା ଉପସଭାପତି ବସନ୍ତ କୁମାର ଦାସ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରବୀଣା ଦଣ୍ଡପାଟ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ପିସିସି ସଦସ୍ୟ ଲଳିତ ମୋହନ ନାୟକ, ନାବାର୍ଡର ପୂର୍ବତନ ସିଜିଏମ ବିଭୀଷଣ ନାୟକ, ଘଟଗାଁ ବ୍ଲକ ସଭାପତି ପ୍ରଭାକର ନାୟକ, ପାଟଣା ବ୍ଲକ ସଭାପତି ଶତ୍ରୁଘନ ସିଂହ, ସଦର ବ୍ଲକ କଂଗ୍ରେସ ସଭାପତି ଉତ୍ତମ କୁମାର ସାହୁ, ସାହାରପଡ଼ା ବ୍ଲକ ସଭାପତି ମୁକୁନ୍ଦ ଚରଣ ମହାନ୍ତ, ବାଂଶପାଳ ବ୍ଲକ ସଭାପତି ପ୍ରଦୀପ କୁମାର ପ୍ରଧାନ,ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ନାୟକ, ରତ୍ନାକର ଜେନା, ମହୁର ମହାନ୍ତ, ବିଜୟ କୁମାର ରଣା, ଗୌରହରୀ ନାୟକ, ଆର୍ତ୍ତତ୍ରାଣ ଦାସ, ରଘୁନାଥ ପାତ୍ର, ଦୟାନିଧି ମହାନ୍ତ, କଂଗ୍ରେସ ନେତା ଭଞ୍ଜରାମ ନାୟକ, ଲଷ୍ମଣ ନାଏକ, ଜେମାମଣି ମହାନ୍ତ, ସନ୍ତୋଷ ନାଏକ, ବିଚିତ୍ର ନାଏକ, ଉତ୍ତମ କୁମାର ପଲେଇ, ଝାଡ଼େଶ୍ୱର ନାଏକ,ମାନିଆ ମୁଣ୍ଡା, ଗୌତମ ବାରିକ, ପ୍ରଦୀପ କୁମାର ବାରିକ, ଆଶିଷ କୁମାର ପାତ୍ର ଓ ସୌମ୍ୟରଞ୍ଜନ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।

FacebookTwitterLinkedinWhatsapp
Exit mobile version