Site icon ଆଜିକାଲି

ମିଠା ବାଣ୍ଟି ସ୍ୱାଧୀନତା ଦିବସ ପାଳିଲା କେନ୍ଦୁଝର ଯୁବ କଂଗ୍ରେସ


କେନ୍ଦୁଝର, ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ପାଳିତ ହେଇଯାଇଛି । ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ କେନ୍ଦୁଝର ସହର ଆଟୋପୁରଠାରେ ଯୁବ କଂଗ୍ରେସ ତରଫରୁ ପିଲାମାନଙ୍କୁ ମିଷ୍ଟାନ ଓ ଜାତୀୟ ପତାକା ବଣ୍ଟନ କରାଯାଇଥିଲା । ଏଥିରେ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ଜ଼ିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ସୁଢଳ କୁମାର ସେଠି, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଯୁବ କଂଗ୍ରେସ ନେତା ଦିବ୍ୟଦର୍ଶନ ଦାସ, ଏସ. ଶକ୍ତିସ୍ୱରୂପ, ମାନସ ବେହେରା, ସଂଗ୍ରାମ ବେହେରା, ରୁଦ୍ର ନାରାୟଣ ସାହୁ ଓ ଅଭିଜିତ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Exit mobile version