କେନ୍ଦୁଝର, କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି କଂଗ୍ରେସ ଭବନ ଠାରେ ୧୩୯ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମୋହନ ପରିଡା ଓ କେନ୍ଦୁଝର ଜିଲ୍ଲା କଂଗ୍ରେସ ନେତୃମଣ୍ଡଳୀ ମାନଙ୍କ ଦ୍ଵାର ଜାତୀୟ କଂଗ୍ରେସ ପତାକା ଉତ୍ତୋଳନ କରାଯାଇଥିଲା , ତା ପରେ ଏକ ସଭା ଜିଲ୍ଲା ସଭାପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୋହନ ପରିଡା ତାଙ୍କ ବକ୍ତବ୍ୟରେ ରେ କଂଗ୍ରେସ ପ୍ରତିଷ୍ଠା ବିଷୟ ନେଇ ଆଲୋଚନା ରଖିଥିଲେ ସେ କହିଥିଲେ କଂଗ୍ରେସ ବହୁ ଆଶା କରି ଦେଶ ଏକ ସୁନ୍ଦର ଗଣତାନ୍ତ୍ରିକ ରାଷ୍ଟ୍ର, ସମୃଦ୍ଧ ରାଷ୍ଟ୍ର, ଧନଶାଳୀ ରାଷ୍ଟ୍ର ଗଠନ କରିବା କିନ୍ତୁ ଏବେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳତାର କଥା ଉଲ୍ଲେଖ କରିଥିଲେ । ସେହିପରି ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଦେଶ ଆମ ପୂର୍ବପୁରୁଷ ମାନଙ୍କର ଯେଉଁ ଉଦ୍ଦେଶ୍ଯ ରଖି ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଠନ ହୋଇଥିଲା ତାହା ବର୍ତ୍ତମାନ ଦେଶରେ ସେହି ଶାସନ ନାହିଁ । ଦେଶ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଅବସ୍ତାରେ ପହଞ୍ଚିଲାଣି । ଦେଶର ଅର୍ଥନୈତିକ ଅତି ଦୁର୍ବଳ ହୋଇପଡିଛି । ଉକ୍ତ ସଭାରେ ଟାଉନ ସଭାପତି ମାନରଞ୍ଜନ ମିଶ୍ର ଯୋଗଦେଇ ତୃଣମୂଳ ସ୍ତରରେ କଂଗ୍ରେସ ର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିବାକୁ ପଡିବ ବୋଲି କହିଥିଲେ । ଏହି ସଭାରେ ଯୋଗଦେଇଥିବା ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କମିଟି ଉପସଭାପତି ବସନ୍ତ କୁମାର ଦାସ, ଗୌର ହରି ନାୟକ, ସୁରଥ ଚନ୍ଦ୍ର ସାହୁ, ଦେବେନ୍ଦ୍ର ନାୟକ, ପିସିସି ମେମ୍ବର ମନୋରଞ୍ଜନ ରାଉତ, ଲଲିତ କୁମାର ନାୟକ, ସାଧାରଣ ସମ୍ପାଦକ ସରୋଜ ବାଗେଲ ବାବୁ, ସମ୍ପାଦକ ଦେବାଶିଷ ସାହୁ, ସୁରଜିତ୍ ଦାସ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତ, ସୋସିଆଲ ମିଡିଆର ଅଧ୍ୟକ୍ଷ ସୁଢଳ କୁମାର ସେଠୀ, ଏସଟି ସେଲ ଚେୟାରମ୍ଯାନ ବିନୋଦ ନାୟକ, ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ, ଝୁମ୍ପୁରା ବ୍ଲକ୍ ସଭାପତି ସଚ୍ଚିଦାନନ୍ଦ ମିଶ୍ର, ପାଟଣା ବ୍ଲକ ସଭାପତି ଶତୃଘ୍ନ ସିଂହ, ତେଲକୋଇ ବ୍ଲକ ସଭାପତି ସଶୀକାନ୍ତ ଧିର, ରତ୍ନାକର ଜେନା, ବିଜୟ ରଣା, ବିରଞ୍ଜନ ମହାପାତ୍ର, ଦିଲ୍ଲୀପ କୁମାର ସାହୁ, ଚିତ୍ତରଞ୍ଜନ ରାଉତ, ଅମିତ୍ ମହାନ୍ତ, ଜଳଧର ନାୟକ, ରଘୁନାଥ ପାତ୍ର, ଆର୍ତ୍ତତ୍ରାଣ ଦାସ ରଘୁନାଥ ଓଝା, ସଦା ପାତ୍ର ଓ ବହୁ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ, ଶେଷରେ ଜିଲ୍ଳା ଉପସଭାପତି ଗୌରହରି ନାୟକ ଉପସ୍ଥିତ କଂଗ୍ରେସ ପ୍ରେମୀ ମାନଙ୍କୁ ଧନ୍ଯବାଦ ଦେଇ ସଭା ସାଙ୍ଗ କରିଥିଲେ ।