Site icon ଆଜିକାଲି

କେନ୍ଦୁଝର ଜିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ତରଫରୁ ରାଜ୍ୟପାଳ ଙ୍କୁ ଦାବୀପତ୍ର ପ୍ରଦାନ

କେନ୍ଦୁଝର, କେନ୍ଦୁଝର ଜିଲ୍ଲା କଂଗ୍ରେସ ଅଫିସ ରୁ ଏକ ରାଲିରେ କଂଗ୍ରେସର କର୍ମୀ ମାନେ ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମହାମହିମ ରାଜ୍ୟପାଳ ଓଡିଶା ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ । ଏଥିରେ ରାଜ୍ଯ ସରକାର ୫୦ ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତ ମାନଙ୍କୁ ଦେବା ବଦଳରେ ମନମୁଖୀ ବ୍ୟୟ କରିବା ଯୋଜନା କରୁଛନ୍ତି, ରାଜ୍ଯ ସରକାର ଏହି ଯୋଜନା ଆଣି ୭୩ ତମ ସମ୍ବିଧାନ ସଂଶୋଧନ ଆଇନକୁ ଉପେକ୍ଷା କରିଛନ୍ତି, ପଞ୍ଚାୟତ ପ୍ରତିନିଧି ଯଥା ସରପଞ୍ଚ ଓ ସମିତି ସଭ୍ଯ ଇତ୍ଯାଦିଙ୍କୁ ଏହି ଯୋଜନାରେ ସାମିଲ କରିନାହାନ୍ତି, କିମ୍ବା ପଞ୍ଚାୟତ ମାନଙ୍କୁ ସିଧାସଳଖ ମଞ୍ଜୁରୀ ପ୍ରାପ୍ତ ଟଙ୍କା ଦେବାକଥା ଦେଇନାହାନ୍ତି, ଏହି ଅଗଣତାନ୍ତ୍ରିକ ପଦକ୍ଷେପ ନେଇ ଦାବୀପତ୍ର ପ୍ରଦାନ କରାଗଲା ବୋଲି ଜିଲ୍ଲା ସଭାପତି ମୋହନ ପରିଡା ତାଙ୍କ ଭାଷଣ ମାଧ୍ୟମରେ କହିଥିଲେ । ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ର ଜିଲ୍ଲା ମୁଖ୍ୟ ସୁଦର୍ଶନ ପାଇକରାଏଙ୍କ ନେତୃତ୍ବରେ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ପି ସି ସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ଜିଲ୍ଲା କଂଗ୍ରେସ କମିଟି ସଭାପତି ମୋହନ ଚରଣ ପରିଡା, ପୂର୍ବତନ ସଭାପତି ବିପ୍ଳବ ମିଶ୍ର, ଯୁବ ସଭାପତି ସୁନେଶ ଧୀର, ମହିଳା ସଭାନେତ୍ରୀ ସଙ୍ଗୀତା ସିଂହ, ପୂର୍ବତନ ପାଟଣା ବିଧାୟକ ହୃଷୀକେଶ ନାୟକ, ପୂର୍ବତନ ଚମ୍ପୁଆ ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକ, ଟାଉନ ସଭାପତି ବସନ୍ତ ଦାସ, ସୋସିଆଲ ମିଡିଆ ସୁଢଳ କୁମାର ସେଠୀ, ପୂର୍ବତନ ପାଟଣା ବିଧାୟକ ପ୍ରାଥୀ ବିନୋଦ ନାୟକ, ଗୌରହରି ନାୟକ, ପ୍ରଭାକର ନାୟକ, ଲକ୍ଷ୍ମଣ ମହାନ୍ତ, ଉତ୍ତମ କୁମାର ସାହୁ, ଶଶୀକାନ୍ତ ଧିର, ଲଲିତ ମୋହନ ନାୟକ, ଶତୃଘ୍ନ ସିଂହ, ଦେବେନ୍ଦ୍ରନାଥ ନାୟକ, ରତ୍ନାକର ଜେନା, ଶିବ କୁମାର ବେହେରା, ଆଦିତ୍ୟଦିବ୍ୟ ସିଂହ, ସୁରଥ ସାହୁ,ବୀରବର ମହାନ୍ତ, ସମିତ ସଭ୍ଯା ପ୍ରବିଣା ଦଣ୍ଡପାଟ, ସଚି ମିଶ୍ର, ମୁକୁନ୍ଦ ମହାନ୍ତ, ଆରତ ଦାସ, ସୁଝୁନୀ ନାୟକ ପ୍ରଭୁତି ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Exit mobile version