Site icon ଆଜିକାଲି

ବିନୋଦ ନାଏକ ହେଲେ ଆଦିବାସୀ କଂଗ୍ରେସର ଜ଼ିଲ୍ଲା ଅଧକ୍ଷ

କେନ୍ଦୁଝର : ବରିଷ୍ଠ ଆଦିବାସୀ କଂଗ୍ରେସ ନେତା ତଥା ପୂର୍ବତନ ପାଟଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ ଜ଼ିଲ୍ଲା କଂଗ୍ରେସ ଆଦିବାସୀ ବିଭାଗର ଅଧକ୍ଷ ଭାବେ ମନୋନୀତ ହେଇଛନ୍ତି । ତାଙ୍କୁ ଓଡିଶା ପ୍ରଦେଶ ଆଦିବାସୀ କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଙ୍କ ସୁପାରିଶକ୍ରମେ ଏଆଇସିସି ଏହି ନିଯୁକ୍ତି ଦେଇଛି । ଶ୍ରୀ ନାଏକ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ଉପସଭାପତି ଏବଂ ଜ଼ିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଲଢେଇ କରିଥିଲେ । ତାଙ୍କ ନିଯୁକ୍ତିରେ ପୂର୍ବତନ ପିସିସି ସଭାପତି ତଥା ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଡ଼ଃ ଅଜୟ କୁମାର,ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଅଖିଳ ଭାରତୀୟ କଂଗ୍ରେସ ଆଦିବାସୀ ବିଭାଗ ଅଧକ୍ଷ ଶିବାଜୀରାଓ ମୋଗେ, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଓଡିଶା ପ୍ରଦେଶ କଂଗ୍ରେସ ଆଦିବାସୀ ବିଭାଗ ଅଧକ୍ଷ ଜୟରାମ ପାଙ୍ଗି ଏବଂ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Exit mobile version