Site icon ଆଜିକାଲି

ମୋକିମ ଓ ଚିରଞ୍ଜୀବଙ୍କ ଉପରୁ ନିଲମ୍ବନ ହଟାଇଲା କଂଗ୍ରେସ

ଭୁବନେଶ୍ବର – ତିନି ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି କଂଗ୍ରେସ। ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି। ଗତବର୍ଷ ଜୁଲାଇରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳ ନିଲମ୍ବନ କରିଥିଲା।ସୂଚନାଯୋଗ୍ୟ,ଗତବର୍ଷ ମେ’ ୮ ତାରିଖରେ ଭୁବନେଶ୍ୱରରେ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଦୁଇ ନେତା ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ଏଆଇସିସି ଶୃଙ୍ଖଳା କମିଟି ଉଭୟଙ୍କୁ ନିଲମ୍ବନ କରିଥିଲା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ୨୦୧୯ ଜାନୁଆରୀରେ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ ସଗରିଆଙ୍କ ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଶ୍ରୀକାନ୍ତ ଜେନାଙ୍କ ନିଲମ୍ବନ ବଳବତ୍ତର ରହିଛି ।

Exit mobile version