Site icon ଆଜିକାଲି

ସଂଗୀତା ସିଂହ ହେଲେ ଜ଼ିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର


କେନ୍ଦୁଝର, କଂଗ୍ରେସ ଦଳର ଆଭିମୁଖ୍ୟ, ପ୍ରଚାର ଓ ପ୍ରସାର ପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପୂର୍ବତନ ମନ୍ତ୍ରୀ ତଥା ପିସିସିର ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା ଆଜି ୩୩ ଗୋଟି ସାଙ୍ଗଠନିକ ଜ଼ିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ନିଯୁକ୍ତି କରିଛନ୍ତି । ସେହିପରି କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଭାବେ ମହିଳା କଂଗ୍ରେସ ନେତ୍ରୀ ତଥା ଆଇନଜୀବି ସଂଗୀତା ସିଂହଙ୍କୁ ନିଯୁକ୍ତି କରାଯାଇଛି । ସଂଗୀତା ସିଂହ ପୂର୍ବରୁ ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ସଂସଦର ସଭାନେତ୍ରୀ, ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ଯୁଗ୍ମ ସମ୍ପାଦକ, ପୂର୍ବତନ ଜ଼ିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ଏବଂ ବର୍ତ୍ତମାନ ପିସିସି ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ନିଯୁକ୍ତିରେ ଶ୍ରୀମତି ନିଯୁକ୍ତି ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପିସିସି ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା, ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଏବଂ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Exit mobile version