Site icon ଆଜିକାଲି

ଚମ୍ପୁଆ ବ୍ଲକ କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ


କେନ୍ଦୁଝର, ଦେଶରେ ତଳସ୍ତରରୁ କଂଗ୍ରେସ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ପ୍ରତି ବୁଥରୁ କଂଗ୍ରେସ କର୍ମୀମାନେ ଯାଇ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ମାଧ୍ୟମରେ ଦଳକୁ ଶକ୍ତିଶାଳୀ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି । ଆଜି ଚମ୍ପୁଆ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ପ୍ରଦୀପ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପିସିସି ସମ୍ପାଦକ ତଥା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସଂଗ୍ରାମ ଦାସ ଯୋଗଦେଇ ଉପସ୍ଥିତ ସମସ୍ତ କର୍ମୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ମତାମତ ନେଇଥିଲେ । ଏଥିରେ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ଚମ୍ପୁଆର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଯୁବ କଂଗ୍ରେସ ନେତା ରଂଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉମେଶ ଚନ୍ଦ୍ର ଗିରି, ନିରଞ୍ଜନ ସାହୁ, ବିପିନ ବିହାରୀ ସେଠି, ବିନୋଦ ଦେହୁରୀ, ଶଙ୍କର୍ଷଣ ବେହେରା, ସାବିତ୍ରୀ ନାଏକ, ଶକୁନ୍ତଳା ସର୍ଦାର, ବିଳାସିନୀ ସାହୁ ଓ ରେବତୀ ମୁଣ୍ଡା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Exit mobile version