Site icon ଆଜିକାଲି

ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିରେ ଏକ ଷଡଯନ୍ତ ଅଭିଯୋଗ ଆଣିଲା କଂଗ୍ରେସ

କେନ୍ଦୁଝର, ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିରେ ଏକ ଷଡଯନ୍ତ ଅଭିଯୋଗ ଆଣିଲା କେନ୍ଦୁଝର ଜିଲ୍ଲା କଂଗ୍ରେସ । ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ ର କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଭି.କେ ପାଣ୍ଡିଆନ ଙ୍କ ଇସ୍ତଫା ଏକ ନାଟକ ବୋଲି ଅଭିଯୋଗ ଆଣିଛନ୍ତି । କଂଗ୍ରେସ ନେତ୍ରୀ ସଂଗୀତା ସିଂ ଏହି ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ ପାଣ୍ଡିଆନ ଙ୍କ ଗତ ଅକ୍ଟୋବର ୨୦ ତାରିଖ ଶୁକ୍ରବାର ଦିନ (୨୦,୧୦.୨୪ ୩) ନିଜ କାର୍ଯ୍ୟରୁ ସେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ଏହି ଆବେଦନକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କାର୍ମୀକ୍ ମନ୍ତ୍ରଣାଳୟ ବିଭାଗକୁ ସେହି ଦିନ ପଠାଇଲେ ଏବଂ ଅକ୍ଟୋବର ୨୩ ତାରିଖ ଦିନ ଅର୍ଥାତ ୩ ଦିନ ମଧ୍ୟରେ ତାଙ୍କର ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କଲେ । ଏହି ତିନିଦିନ ମଧ୍ୟରେ ଦୁଇ ଦିନ କେନ୍ଦ୍ର ସରକାରଙ୍କର ଛୁଟି ଦିନ ଥିଲା । କାହିଁକି ଭି.କେ. ପାଣ୍ଡିଆନଙ୍କ ଆବେଦନକୁ ୪୮ ଘଂଟା ମଧ୍ୟରେ କେନ୍ଦ୍ର କାର୍ମୀକ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କଲେ । କେନ୍ଦ୍ର ସରକାର ଏହା ପୂର୍ବରୁ ଓଡ଼ିଶାର କୌଣସି ଆଇ.ଏସ୍. ଅଫିସରଙ୍କ ଘଟଣାରେ ଏଭଳି ତତ୍‌ପରତା ଦେଖାଇବାର ନଜିର୍ ଅଛି କି ପ୍ରଶ୍ନ କରିବା ସହିତ ବରଂ” ଯେଉଁମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ ଆବେଦନ କରିଥିଲେ ତାଙ୍କ ଆବେଦନକୁ ଏହି କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି । ତେଣୁ ୨୦୨୪ ନିର୍ବାଚନ ରେ ଓଡ଼ିଶା ବାସୀ ଏହାର ଜବାବ ଦେବେ ବୋଲି ସଂଗୀତା ସିଂ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ମୋହନ ପରିଡା, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲ୍ଲା ଯୁବ କେଂଗ୍ରେସ ସଭାପତି ସୁନେସ ଧୀର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ୍, ପିସିସି ସଭ୍ୟ ଲଳିତ ମୋହନ ନାୟକ, ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା,ଦେବେନ୍ଦ୍ର କୁମାର ନାଏକ, ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ ଏବଂ ଛାତ୍ର କଂଗ୍ରେସ ନେତା ଆଶିଷ ପାତ୍ର ଉପସ୍ଥିତ ଥିଲେ ।

Exit mobile version