Site icon ଆଜିକାଲି

ବସ୍‌କୁ ପଛପଟୁ ପିଟିଲା କଣ୍ଟେନର, ବହୁ ଯାତ୍ରୀ ଆହତ

ଜଳେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ବସ୍‌କୁ ପଛ ପଟୁ ଧକ୍କା ଦେଲା କଣ୍ଟେନର । ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ବସ୍‌ଟି ପଶ୍ଚିମବଙ୍ଗ ବୀରଭୂମି ଜିଲା ମୁରାରୋଇ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା । ହେଲେ ଲକ୍ଷ୍ମଣ ନାଥ ଟୋଲ୍‌ ପ୍ଲାଜା ନିକଟରେ ଏକ କଣ୍ଟେନର ଏହି ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଏପିରିକି ବସର ପଛ ସିଟରେ ବସିଥିବା ୩ ଯାତ୍ରୀ ଚାପି ହୋଇଯାଇଥିବା ଜଣାପଡିଛି । ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Exit mobile version