Site icon ଆଜିକାଲି

ପିପିପି ମାଧ୍ୟମରେ ସୁପର ଓ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପାଇଁ ଆଜି ସ୍ୱାକ୍ଷର ହେବ ଚୁକ୍ତିନାମା

ଭୁବନେଶ୍ୱର : ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ। ଓଡ଼ିଶାରେ ପିପିପି ମାଧ୍ୟମରେ ମଲ୍ଟି ସ୍ପେସିଆଲିଟି ଓ ସୁପରସ୍ପେସାଲିଟି ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ।

ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଏହା ଅଧିକ ସୁଦୃଢ କରିବ । ଝାରସୁଗୁଡ଼ାରେ ୧୨୦ ଶଯ୍ୟାବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍ପିଟାଲ, ଅନୁଗୁଳରେ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ, ବଡ଼ବିଲରେ ୨୦୦ ଶଯ୍ୟାବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି, ଭଦ୍ରକରେ ୧୦୦ ଶଯ୍ୟାବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହେବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Exit mobile version