Site icon ଆଜିକାଲି

ଜାତୀୟ ରାଜପଥରେ ଠିକାଦାରଙ୍କୁ ଗୁଳିକରି ହତ୍ୟା

ଖୋର୍ଦ୍ଧା : ଜାତୀୟ ରାଜପଥରେ ଠିକାଦାରଙ୍କୁ ଗୁଳି କରି ହତ୍ୟା। ଖୋର୍ଦ୍ଧା ଜିଲା ଟାଙ୍ଗୀରେ ଦୁର୍ବୃତ୍ତଙ୍କ ଗୁଳି ମାଡରେ ପ୍ରାଣ ହରାଇଛନ୍ତି ରାଧାମୋହନପୁର ଗାଁର ରମେଶ ରାଉତ ।

ଗତକାଲି ରାତିରେ ରମେଶ ଓ ତାଙ୍କର ଦୁଇ ସାଙ୍ଗ ଏକ ଢାବାରେ ଖାଇ ବାଇକରେ ଘରକୁ ଫେରୁଥିଲେ । ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ବାଟରେ ଅଟକାଇଥିଲେ। ପରେ ଜଣେ ଦୁର୍ବୃତ୍ତ ରମେଶଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ କରିଥିଲା। ରମେଶଙ୍କ ଦେହରେ ଦୁଇ ରାଉଣ୍ଡ ଗୁଳି ବାଜି ଥିବାବେଳେ ଅନ୍ୟ ରାଉଣ୍ଡ ଗୁଳିଟି ବାଜି ନଥିଲା। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ପରେ ଦୁଇ ସହଯୋଗୀ ରମେଶଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ଯ ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ରମେଶଙ୍କୁ ଗୁଳିମାଡ ହେଲା, ତାହା ସ୍ପଷ୍ଟ ହୋଇନି। ଟାଙ୍ଗୀ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି। ରମେଶଙ୍କର କାହା ସହିତ ପୂର୍ବ ଶତ୍ରୁତା ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି।

Exit mobile version