Site icon ଆଜିକାଲି

ଏହିସବୁ ଖାଦ୍ୟ ଦ୍ୱାରା ରିମାଟଏଡ୍ ଆର୍ଥରାଇଟିସକୁ ନିୟନ୍ତ୍ରଣ କରନ୍ତୁ, ଜାଣନ୍ତୁ କଣ

ରି୍ୟୁମାଟୋଏଡ଼ ଆର୍ଥ୍ରାଇଟିସ୍ ରୋଗ ସବୁ ବୟସ ର ଲୋକଙ୍କ ପାଖରେ ଦେଖାଯାଏ l ଏହା ସମ୍ପୂର୍ଣ ଭଲ ହୋଇନଥାଏ l କିନ୍ତୁ ଦୈନ୍ୟଂଦିନ ଜୀବନ ଶୈଳୀ ରେ କିଛି ନିୟମ ଦ୍ୱାରା ଏହି ରୋଗ ର କିଛି ଉପଶମ ମିଳିଥାଏ l ଆମ ଶରୀର ର ଇମ୍ୟୁନ ସିଷ୍ଟମ ଆମର ଗଣ୍ଠି, ହାଡ, ଅଙ୍ଗ ମାନଙ୍କୁ ଆଟାକ କରିଥାଏ l ଏହାକୁ ଅଟୋମ୍ୟୁମ୍ୟୁନ ରୋଗ କୁହାଯାଏ l ଏହା ଆମ ଶରୀର ରେ ହରମୋନ୍ ଗୁଡିକ ର ଅସନ୍ତୁଳନ କାରଣ ରୁ ହୋଇଥାଏ l
ରିମାଟଏଡ୍ ଆର୍ଥ୍ରାଇଟିସ୍ |ରେ ଶରୀର ର ସବୁ ଗଣ୍ଠି ଫୁଲି ଯାଇ ଯନ୍ତ୍ରଣା ହୁଏ l ବେଳେବେଳେ ପୁରା ଶରୀର ଫୁଲି ଯାଏ ଏବଂ କୋୖଣସି ପ୍ରକାର କାମ ବା ଚାଲବୁଲ କରିବାରେ ବାଧା ଶୃଷ୍ଟି କରେ l ଏହା କେବଳ ଉପଯୁକ୍ତ ଖାଦ୍ୟ ଏବଂ ଯୋଗ ଦ୍ୱାରା, ଆୟୁର୍ବେଦିକ ଚିକିତ୍ସା ଦ୍ୱାରା କିଛି ପରିମାଣ ରେ ଉପସମ ମିଳେ l

(ଉପଯୁକ୍ତ ଖାଦ୍ୟ )

ମାଛ ତେଲ ଏବଂ ଓମେଗା -3 ଫ୍ୟାଟି ଏସିଡ୍ –
‎ଏହି ପୋଷକ ତତ୍ତ୍ୱ | ଗୁଡିକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଥାଏ ତେଣୁ ଗଣ୍ଠି ଫୁଲା ଏବଂ ଯନ୍ତ୍ରଣା କୁ କମ କରିଥାଏ l ସଲମାନ, ଟୁନା, ଫ୍ଲକ୍ସ ମଞ୍ଜି, ଫ୍ଲକ୍ସ ତେଲ, ୱାଲନଟରେ ଓମେଗା -3 ଫ୍ୟାଟି ଏସିଡ୍ ଥାଏ l


ଫଳ ଏବଂ ପରିବା –
ବିଭିନ୍ନ ରଙ୍ଗ ର ପରିବା ଓ ଫଳ ରେ ଆଣ୍ଟିଅକ୍ସିଡାଣ୍ଟ | ରହିଥାଏ, ଆଣ୍ଟିଅକ୍ସିଡାଣ୍ଟ | ଶରୀର ର ଫ୍ରି ରେଡିକାଲ୍ ଗୁଡିକୁ ନଷ୍ଟ କରି ଦିଏ l ଭିଟାମିନ C ଯୋଗାଇ ଥାଏ l ତେଣୁ ପ୍ରତ୍ୟେକ ଦିନ ବିଭିନ୍ନ ରଙ୍ଗ ର ପରିବା ଓ ଫଳ ଖାଇବା କୁ ଚେଷ୍ଟା କରିବ l


￱ଅଦା / ଜିଞ୍ଜର –
ଅଦା ରେ ମଧ୍ୟ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଅଛି l ଅଦା କୁ କଞ୍ଚା, ରାନ୍ଧି, ଶୁଖିଲା ବା ଗୁଣ୍ଡ କରି ଖାଇ ପାରିବ l


ଡାଲି ଜାତୀୟ ଖାଦ୍ୟ –
ନାଲି ଛୋଟ ରାଜମା, ମଟର, ବୁଟ, ସବୁ ପ୍ରକାର ଡାଲି ରେ ପ୍ରୋଟିନ, ଫୋଲିକ୍ ଏସିଡ୍, ମ୍ୟାଗ୍ନେସିୟମ୍, ଆଇରନ୍, ଜିଙ୍କ୍, ପୋଟାସିୟମ୍ ଅଛି l ଏଗୁଡିକ ହାର୍ଟ କୁ ସୁସ୍ଥ ରଖେ ଏବଂ ରୋଗ ପ୍ରତିରୋଧ ଶକ୍ତି ବଢାଏ l


ହଳଦୀ / ଟରମରିକ –

ହଳଦୀ କୁ ମସଲା ମାନଙ୍କର ରାଜା କୁହାଯାଏ l ହଳଦୀ ରେ ଥିବା କର୍କୁମିନ୍ ହେଲା ଏକ କମ୍ପୋଉଣ୍ଡ ଯାହା ଆୟୁର୍ବେଦିକ ଔଷଧ ରୂପେ କାମ କରେ l ଏହା ର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଅଛି l ଶରୀର ର ପ୍ରତ୍ୟେକ ଅଙ୍ଗ ନିମନ୍ତେ ଏହାର ଔଷଧୀୟ ଗୁଣ କାମ କରେ l ଗଣ୍ଠି ଦରଜ, ଫୁଲା କମାଇ ଦିଏ l


ମାଚା ଟି ଏବଂ ଗ୍ରୀନ୍ ଟି –
ସବୁ ଗ୍ରୀନ ଟି ରେ ଆଣ୍ଟିଅକ୍ସିଡାଣ୍ଟ ଥାଏ l କିନ୍ତୁ ମାଚା ଟି ରେ ଆଣ୍ଟିଅକ୍ସିଡାଣ୍ଟ ବେଶୀ ପରିମାଣ ରେ ଥାଏ l ଆଣ୍ଟିଅକ୍ସିଡାଣ୍ଟ ଶରୀର ର ବିଷାକ୍ତ ପଦାର୍ଥ, ଫ୍ରି ରେଡିକାଲ୍, ଡେମଜ ସେଲ ଗୁଡିକୁ ନଷ୍ଟ କରିଦିଏ ଏବଂ ଶରୀର ରୁ ବାହାର କରିଦିଏ l ସେଥିପାଇଁ ଶରୀର ର ଇନ୍‌ଫ୍ଲାମେସନ କମି ଯାଏ l


ଚେରି ଏବଂ ବେରି –
ବିଭିନ୍ନ ପ୍ରକାର ରଙ୍ଗ ର ଚେରି ଏବଂ ବେରି ରେ ସବୁ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସ | ଭରି ରହିଥାଏ l ବିଶେଷ କରି ବଲୁ-ବେରି l ଏହା ରକ୍ତ ସଂଚାଳନ ରେ ମଧ୍ୟ ସହାୟକ ହୋଇଥାଏ |

AUTHOR AND CREDIT – Mrs. Rasmita Mohanty

Exit mobile version