Site icon ଆଜିକାଲି

ଆଜି ହେବ ନାହିଁ ବନକଲାଗି ନୀତି, ଦତ୍ତ ମହାପାତ୍ର ପ୍ରସ୍ତୁତ ଥିବା ବେଳେ ରାଜି ନାହିଁ ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଥମୁନି ମହାପ୍ରଭୁଙ୍କ ବନକଲାଗି ବିବାଦ । ଶ୍ରୀମନ୍ଦିରରେ ଆଜି ମଧ୍ୟ ହେବ ନାହିଁ ବନକ ଲାଗି ନୀତି । ଦତ୍ତ ମହାପାତ୍ର ସେବାୟତ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର କମାଣ୍ଡର ମନା କରିଥିଲେ।

ଗତକାଲି ବନକ ଲାଗି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଥିଲା। ତେବେ ବନକ ଲାଗି ହୋଇନଥିଲା। ଦତ୍ତ ମହାପାତ୍ର ସେବାୟତ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ । ତେବେ ଆଜି ସେମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ରାଜି ନାହିଁ। ବାମଦେବ ସଂହିତା ଏବଂ ରେକର୍ଡ ଅଫ ରାଇଟ୍‌ ଅନୁସାରେ ବୁଧବାର ବନକଲାଗି ପରଂପରା ରହିଛି। ଯାହାକୁ ଦତ୍ତମହାପାତ୍ର ସେବାୟତ ଅମାନ୍ୟ କରିଥିବା କୁହାଯାଉଛି । ଏବେ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା ।

Exit mobile version