Site icon ଆଜିକାଲି

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର, କେନ୍ଦୁଝର ରେ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ପିଡିତାକୁ ସାତ ଲକ୍ଷ ପଚାଶ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ଆଦେଶ ଦେଲେ ଏଡିଜେ କମ ସ୍ପେଷାଲ୍ ଜର୍ଜ ପୋକ୍ସ ଶୁଶ୍ରୀ ଶୁଭଶ୍ରୀ ତ୍ରୀପାଠୀ । ୩.୧୦.୨୦୨୦ ତାରିଖ ଦିନ ବଲାଣି ଥାନା ଅଞ୍ଚଳ ଘଟଣା ଜଣେ ନାବାଳିକା ଜଳଖିଆ ଆଣିବାକୁ ଯାଉଥିବା ସମୟରେ ସେହି ଅଞ୍ଚଳର ୩୩ ବର୍ଷିୟ ପ୍ରତାପ ପୃଷ୍ଟି ନାବାଳିକା ଟିକୁ ୨୦ ଟଙ୍କା ଦେଇ ପାଖରେ ଥିବା ଏକ ପରିତ୍ୟକ୍ତ କ୍ୟାମ୍ପ କୁ ନେଇ ସେଠାରେ ତାକୁ ଦୁଷ୍କର୍ମ କରିବା ସହ ଜୀବନ ରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ନାବାଳିକାର ଘର ଲୋକେ ଥାନା ରେ ଆଭିଯୋଗ କରିଥିଲେ । ଏହି ଘଟଣା ରେ ୧୮ ଜଣ ସାକ୍ଷୀ ପ୍ରମାଣ କୁ ବିଚାର କରି ମାନ୍ୟବର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାର ବିଚାର କରି କୋର୍ଟ ଆଜି ତାଙ୍କୁ ସଶ୍ରମ ୨୦ ବର୍ଷ କାରାଦଣ୍ଡାଦେଶ ସହିତ ୨୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ସତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

Exit mobile version