Site icon ଆଜିକାଲି

ପୁଣି ଡରାଉଛି କୋରୋନା, କେନ୍ଦ୍ର ନିର୍ଦ୍ଦେଶରେ ବିଭିନ୍ନ ହସ୍ପିଟାଲରେ ମକ୍ ଡ୍ରିଲ୍, ରାଜ୍ୟରେ ୬୨୯ ସକ୍ରିୟ ମାମଲା

ଭୁବନେଶ୍ୱର : ଦେଶରେ ପୁଣି ଥରେ କୋରୋନା ଭୟ । ଏବେ ଡରାଇବାରେ ଲାଗିଛି କୋରୋନାର ସବ୍ ଭାରିଆଣ୍ଟ ଏକ୍ସବିବି୧.୧୬ । ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ। ଏହାର ମୁକାବିଲା ପାଇଁ କେନ୍ଦ୍ର ଜାରି କରିଥିବା ଆଡଭାଇଜରି ଅନୁସାରେ ରାଜ୍ୟରେ କୋରୋନା ମୁକାବିଲା ଆରମ୍ଭ ହେଲାଣି ପ୍ରସ୍ତୁତି ।

କୋଭିଡ୍ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ବିଭିନ୍ନ ମେଡିକାଲରେ ମକଡ୍ରିଲ କରାଯାଇଛି । ଉଭୟ ସରକାରୀ ଓ ଘରୋଇ ମେଡିକାଲରେ କରାଯାଇଛି ମକଡ୍ରିଲ । ଆସନ୍ତାକାଲି ମଧ୍ୟ ଏହି ମକ୍‌ ଡ୍ରିଲ କରାଯିବ । କୋଭିଡର ମୁକାବିଲା ପାଇଁ କ୍ୟାପିଟାଲଠୁ ଆରମ୍ଭ କରି ଏସସିବି ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି। ରାଜ୍ୟରେ ବର୍ତ୍ତମାନ ୬୨୯ଟି ସକ୍ରିୟ କରୋନା ମାମଲା ରହିଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ଆଜି ମକ ଡ୍ରିଲ୍‌ କରାଯାଉଛି ଏହାର ଉଦ୍ଦେଶ୍ୟ ବେଡ, ଆଇସିୟୁ ବେଡ, ଅକ୍ସିଜେନ, ସପୋର୍ଟ ସିଷ୍ଟମ, ଉପକରଣ, ଔଷଧ, ପିପିଇ କିଟ୍‌ର କେତେ ମହଜୁଦ ଅଛି ତାହା ଜଣାଯିବ । ସବୁ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏହି ମକ୍‌ ଡ୍ରିଲ୍‌ କରାଯାଉଛି । ରାଜ୍ୟରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଅଧିକାଂଶ ଆକ୍ରାନ୍ତ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ୧୨ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି।

Exit mobile version