Site icon ଆଜିକାଲି

କରୋନା ଅପଡେଟ୍: ଦେଶରେ ୩,୮୦୫ ନୂଆ ମାମଲା


ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୫ ନୂଆ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି । ଦେଶରେ ମୋଟ ସଂକ୍ରମଣ ମାମଲା ୪,୪୫,୯୧,୧୧୨ କୁ ବୃଦ୍ଧି ପାଇଥିବା ବେଳେ । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୮,୨୯୩କୁ ହ୍ରାସ ପାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଶନିବାର ସକାଳ ୮ ଟା ପର୍ଯ୍ୟନ୍ତ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, କୋଭିଡ୍-୧୯ ଯୋଗୁଁ ୨୬ ରୋଗୀ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୬୫୫ କୁ ବୃଦ୍ଧି ପାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୦୯ ପ୍ରତିଶତ ହୋଇଥିବାବେଳେ କୋଭିଡ-୧୯ ରୁ ଜାତୀୟ ସୁସ୍ଥତା ହାର ୯୮.୭୩ ପ୍ରତିଶତ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ଚିକିତ୍ସାଧୀନ ଲୋକଙ୍କ ସଂଖ୍ୟା ୧,୨୯୦ ହ୍ରାସ ପାଇଛି।

Exit mobile version