Site icon ଆଜିକାଲି

କରୋନାର ନୂଆ ଭାରିଆଣ୍ଟ ଆତଙ୍କ, ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଠକ 

ଭୁବନେଶ୍ବର : ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଓମିକ୍ରନ ବିଏଫ୍‌.୭ ପ୍ରଜାତି ଓଡ଼ିଶାରେ ଚିହ୍ନଟ ନେଇ ଘୋଷଣା ପରେ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ । ଜନଗହଳି ସ୍ଥାନକୁ ଯାଉଥିଲେ ମାସ୍କ ପିନ୍ଧିବା ଲାଗି ନିବେଦନ କରାଯାଇଛି। ନୂଆ ଭାରିଆଣ୍ଟ ପରିପ୍ରେକ୍ଷୀରେ ଆଜି ସ୍ବାସ୍ଥ୍ୟ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ଗତ ସେପ୍ଟେମ୍ବର ମାସରେ ଖୋର୍ଦ୍ଧା ଜିଲାର ଜଣେ ମହିଳାଙ୍କଠାରେ ଓମିକ୍ରନ ବିଏଫ୍‌.୭ ପ୍ରଜାତି ଚିହ୍ନଟ‌ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅନ୍ୟ କୌଣସି ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିନାହିଁ। ପ୍ରାୟ ୧ମାସ ହେବ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ତେଣୁ ଟେଷ୍ଟିଂ-ଟ୍ରାକିଂ-ଟ୍ରିଟିଂ-କଣ୍ଟାକ୍ଟ ଟ୍ରେସିଂ ଓ ଟିକାକରଣ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲାକୁ ଚିଠି ଲେଖିଛି ।

FacebookTwitterLinkedinWhatsapp
Exit mobile version