Site icon ଆଜିକାଲି

ନକଲି ଔଷଧ ମାମଲା : ଔଷଧ ଯୋଗାଇଥିବା ବିହାରର ଦୁଇ ବ୍ୟବସାୟୀ ଚିହ୍ନଟ


ଭୁବନେଶ୍ୱର : ନକଲି ଔଷଧ କାରବାର ମାମଲାରେ ଅଧିକ ତଦନ୍ତ ପାଇଁ ବିହାର ଯାଇଥିବା କଟକ କମିସନରେଟ ପୋଲିସ ଟିମକୁ ସଫଳତା ମିଳିଛି। ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ନକଲି ଔଷଧର ଉତ୍ପାଦନ କେଉଁଠାରେ ହୋଇଥିଲା, କମିଶନରେଟ୍ ପୋଲିସ ତାର ଯାଞ୍ଚ କରୁଛି ବୋଲି ସେ ସୂଚନା ଦେଇଛନ୍ତି । କଟକରୁ ଟେଲମା -୪୦ ଓ ଅନ୍ୟ କିଛି ଔଷଧ ନକଲି ବୋଲି ଚଢ଼ାଉ ବେଳେ ଜଣାପଡିଥିଲା । ନକଲି ଔଷଧ ବାହାର ରାଜ୍ୟରୁ ଆସୁଛି ବୋଲି ଜଣାପଡିବା ପରେ କମିଶନରେଟ ପୋଲିସର ଗୋଟିଏ ଟିମ ବିହାର ଯାଇଥିଲା ।

Exit mobile version