Site icon ଆଜିକାଲି

ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ, ୧୪ଟି ଟେବୁଲରେ ମୋଟ ୧୮ ରାଉଣ୍ଡ ଗଣତି ହେବ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଗତ ୧୦ ତାରିଖରେ ନୂଆ ବିଧାୟକ ବାଛିବା ପାଇଁ ଭୋଟ ଗ୍ରହଣ ହୋଇଥିଲା ।

ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଇଞ୍ଜିନିୟରିଂ ସ୍କୁଲ ପରିସରରେ କଡ଼ା ସୁରକ୍ଷା ମଧ୍ୟରେ ୧୪ଟି ଟେବୁଲରେ ମୋଟ ୧୮ ରାଉଣ୍ଡ ଗଣତି ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି । ସାଢ଼େ ୮ଟାରେ ଇଭିଏମ୍ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯିବ । ଏହାବ୍ୟତୀତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବି ପ୍ରତି ରାଉଣ୍ଡ ପରେ ଭୋଟ୍ ଫଳାଫଳ ଜାଣିବାର ବ୍ୟବସ୍ଥା କରାଯାଇଛି ।
ସୂଚନା ଯେ, ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ମତଦାନ ହାର ୭୯.୨୧ ପ୍ରତିଶତ ରହିଛି । ଉପନିର୍ବାଚନରେ ମୋଟ ୯ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍ ହୋଇ ରହିଛି ।

Exit mobile version