Site icon ଆଜିକାଲି

ମିଜୋରାମରେ ବଦଳିଲା ଭୋଟ୍ ଗଣତି, ୩ ବଦଳରେ ୪ରେ ହେବ କାଉଣ୍ଟିଂ

ନୂଆଦିଲ୍ଲୀ : ମିଜୋରାମରେ ବଦଳିଲା ଭୋଟ୍ ଗଣତି । ୩ ତାରିଖ ବଦଳରେ ୪ ତାରିଖରେ ବିଧାନସଭା ଭୋଟ୍ କାଉଣ୍ଟିଂ ହେବ । ଡିସେମ୍ବର ୩ ତାରିଖରେ ରବିବାର ପଡ଼ୁଥିବାରୁ ସୋମବାର ଦିନ ଭୋଟ୍ ଗଣତି କରାଯିବ । ନିର୍ବାଚନ କମିଶନ ଆଜି ଏହି ସୂଚନା ଦେଇଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ସହ ମିଜୋରାମରେ କାଉଣ୍ଟିଂ ଡିସେମ୍ବର ୩ରେ ହେବ ବୋଲି ପୂର୍ବରୁ ନିର୍ବାଚନ କମିଶନ ଘୋଷଣା କରିଥିଲେ । ତେବେ ମିଜୋରାମର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରସ୍ତାବ ଅନୁସାରେ କମିଶନ ଏଠାରେ ମତଗଣନ ତାରିଖ ବଦଳା ଦେଇଛନ୍ତି ।

ସେମାନେ ଦର୍ଶାଇଥିଲେ କି ୩ ତାରିଖ ରବିବାର ହୋଇଥିବାରୁ ତାହା ମିଜୋରାମ ପାଇଁ ଖାସ୍‌ ମହତ୍ତ୍ୱ ରହିଛି । ତେଣୁ ରବିବାର ବଦଳରେ ଅନ୍ୟ କୌଣସି ଦିନରେ ଭୋଟ୍ ଗଣତି କରିବାକୁ ପ୍ରସ୍ତାବ ଆସିଥିଲା । ଏହାକୁ ବିଚାରକୁ ନେଇ ନିର୍ବାଚନ କମିଶନ ଭୋଟ ଗଣତି ଲାଗି ନୂଆ ଦିନ ଧାର୍ଯ୍ୟ କରିଥିବା କହିଛନ୍ତି । ଡିସେମ୍ବର ୪ ତାରିଖରେ ଭୋଟ୍ ଗଣତି ହେବ । ଏହି ମୁଦ୍ଦା ଉପରେ ଏମଏମଫ, ଜେଡପିଏମ, କଂଗ୍ରେସ ଏବଂ ବିଜେପି ଦଳର ସହମତି ରହିଛି । ସମସ୍ତ ସଂଗଠନ ମିଖ୍ୟ ନିର୍ବାଚନ କମିଶନରଙ୍କୁ ଏହି ପ୍ରସ୍ତାବ ଦେଇ ଗଣତି ତାରିଖ ପରିବର୍ତ୍ତନ କରିବାକୁ ଅପିଲ୍ କରିଥିଲେ । ଏହା ପୂର୍ବରୁ ଅନେକ ରାଜ୍ୟରେ ମଧ୍ୟ ଏଭଳି ଭୋଟ୍ କାଉଣ୍ଟିଂ ତାରିଖ ପରିବର୍ତ୍ତନ ହୋଇଛି । କେତେକ ସ୍ଥାନରେ ଭୋଟିଂ ପାଇଁ ମଧ୍ୟ ଗଣିତ ତାରିଖ ବଦଳିଛି ।

Exit mobile version