Site icon ଆଜିକାଲି

ଟ୍ରେନ ଆଗକୁ ଡେଇଁ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ଯାଜପୁର : ଟ୍ରେନ ଆଗକୁ ଡେଇଁ ଦମ୍ପତ୍ତିଙ୍କ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଟମକା ଷ୍ଟେସନ ନିକଟରେ। ମୃତ ଦମ୍ପତ୍ତିଙ୍କ ପରିଚୟ, ଓସ୍ତାପାଳ ଅଞ୍ଚଳର ନିମାଇଁ ଚରଣ ବାଇ ଓ ତାଙ୍କ ସ୍ତ୍ରୀ ଜାନକୀବାଈ ବୋଲି ଜଣାପଡ଼ିଛି।

ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଋଣଭାର ଯୋଗୁଁ ଏମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଖବର ପାଇ ରେଳବାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ମେଡିକାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Exit mobile version