Site icon ଆଜିକାଲି

କୋର୍ଟ ରହିତାଦେଶ ୬ ମାସ ପରେ ସ୍ବତଃ ରଦ୍ଦ ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟ୍ରାଏଲ କୋର୍ଟ କିମ୍ବା ହାଇକୋର୍ଟ ଜାରି କରିଥିବା ରହିତାଦେଶର ବୈଧତା ୬ ମାସ ପରେ ସ୍ୱତଃ ରଦ୍ଦ ହୋଇପାରିବ ନାହିଁ। ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି । ଏଥିସହ କୋର୍ଟ ୨୦୧୮ର ନିଜ ରାୟକୁ ହିଁ ବଦଳାଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ମାମଲା ଫଏସଲା ପାଇଁ ସାମ୍ବିଧାନିକ କୋର୍ଟ ଗୁଡ଼ିକ ସମୟ ସୀମା ନିର୍ଦ୍ଧାରଣ କରିବା ଅନୁଚିତ। ତେବେ ଅସାଧାରଣ ପରିସ୍ଥିତିରେ ଏହା କରାଯାଇପାରିବ ।

ସୁପ୍ରିମକୋର୍ଟ ୨୦୧୮ରେ ଏସିଆନ଼ ରିସର୍ଫେସିଂ ବନାମ ସିବିଆଇ ମାମଲାରେ କହିଥିଲେ, ଦେଓ୍ବାନି ଓ ଫୌଜଦାରୀ ମାମଲାରେ ତଳକୋର୍ଟ କିମ୍ବା ହାଇକୋର୍ଟ ଦ୍ବାରା ଜାରି ରହିତାଦେଶ ଅବଧି ୬ ମାସ ପରେ ସ୍ବତଃ ରଦ୍ଦ ହେବ ଯଦି ଏହାର ସମୟସୀମା ନିର୍ଦ୍ଦିଷ୍ଟ ଭାବେ ବୃଦ୍ଧି ନ କରାଯାଏ।

Exit mobile version