Site icon ଆଜିକାଲି

ଏସସିବିରେ ଭାଙ୍ଗିଲା କ୍ରେନ, ୩ ଗୁରୁତର

କଟକ: କଟକ ଏସସିବି ମେଡ଼ିକାଲ ସମ୍ପ୍ରସାରଣ କାମ ବେଳେ ବଡ଼ ଅଘଟଣ।ଏସସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ ଭାଙ୍ଗିପଡ଼ିଥିବା ସୂଚନା ମିଳିଛି। ୧୦ ମହଲା ଉପରକୁ ଜିନିଷ ଉଠାଯାଉଥିବାବେଳେ କ୍ରେନଟି ଭାଙ୍ଗି ପଡ଼ିଥିଲା। କ୍ରେନ ଭାଙ୍ଗି ପଡ଼ିବାରୁ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।ଗୁରୁତର ୩ ଶ୍ରମିକ ଏସସିବି କାଜୁଆଲିଟିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତ ୩ ଜଣଙ୍କ ପରିଚୟ ମିଳିଛି। ଆହତମାନେ ହେଲେ ମୁବାରକ ଅନସାରି (ବିହାର), ଦିନ ବନ୍ଧୁ ବେହେରା ଓ ବଂଶୀଧର ମଲ୍ଲିକ ବୋଲି ଜଣାପଡ଼ିଛି।

Exit mobile version