Site icon ଆଜିକାଲି

କ୍ରେନ୍‌କୁ ପିଟିଲା କାର୍‌, ୪ ଗୁରୁତର

କଟକ : କଟକ ସହରର ଏସ୍‌ବିଆଇଟି କଲେଜ ଗଡ଼ା ନଦୀ ବନ୍ଧା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତିରେ କାର୍‌ଟି ବେଲ୍‌ଭ୍ୟୁ ଛକ ଆଡୁ ଆସୁଥିଲା । ଏହି ସମୟରେ ଏକ ବିଦ୍ୟୁତ ଖୁଣ୍ଟ ପୋତିବା ବେଳେ ଠିଆ ହୋଇଥିବା କ୍ରେନ୍‌ ସହ ଧକ୍କା ହୋଇଥିଲା । ଯାହାଫଳରେ ଉଭୟ କ୍ରେନ୍‌ ଏବଂ କାର୍‌ରେ ବସିଥିବା ଲୋକ ଗୁରୁତର ହୋଇଥିଲେ । କାର୍ ଭିତରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ବସିଥିବା ବେଳେ କ୍ରେନ୍‌ରେ ଡ୍ରାଇଭର ଓ ହେଲ୍‌ପର ବସିଥିଲେ । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ କାର୍‌ରେ ଥିବା ଜଣେ ଯୁବକ-ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଗୁରୁତରଙ୍କୁ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ସ୍ଥାନୀୟ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

Exit mobile version